om academy

ପ୍ରଧାନ ଶିକ୍ଷକ ଜ୍ୟୋତିଚରଣ ନାଗଙ୍କ ବିଦ୍ୟାଳୟସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ସଭା

jsm

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ କୁଲିଙ୍ଗାମାଲ ସେବାଶ୍ରମ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଗ୍ରାମର ସମାଜସେବୀ ସୁଦର୍ଶନ ତାଣ୍ତି, ଶିକ୍ଷାବିତ୍ ଭୁବନେଶ୍ୱର ଜାଲ୍, ଚଞ୍ଚଳ ମାଝୀ, ସିଆର୍‌ସିସି ସଂଯୋଗ ବାଗ, ସର୍ଗୀ ବାଗ, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ ସଭ୍ୟା, ବିଦ୍ୟାଳୟର ପୂର୍ବତନ‌ ଶିକ୍ଷକ ଡିସମ୍ଵର ମେହେର, ସଂଧ୍ୟାରାଣୀ ଆବଡଙ୍ଗ ତଥା ଅବସରପ୍ରାପ୍ତ ଶିକ୍ଷକ ଜ୍ୟୋତିଚରଣ ନାଗ ମଞ୍ଚାସୀନ ହୋଇଥିଲେ । ସମସ୍ତ ଅତିଥି ଶିକ୍ଷକ ଶ୍ରୀ ନାଗଙ୍କ ଶିକ୍ଷା କ୍ଷେତ୍ରରେ ରହିଥିବା ପାରଦର୍ଶିତା ତଥା ବିଦ୍ୟାଳୟର ବିକାଶ ପାଇଁ ଅନେକ ଉନ୍ନତିମୂଳକ କାର୍ଯ୍ୟକ୍ରମ କରିଥିବା କଥା ଉପସ୍ଥାପନା କରିଥିଲେ ତତ୍‌ସହିତ ଛାତଛାତ୍ରୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ଅନେକ ଗୁରୁତ୍ଵ ଦେଉଥିବାରୁ ସମସ୍ତେ ତାଙ୍କୁ ଧନ୍ୟବାଦ ଅର୍ପଣ କରି ଉପଢୌକନ ସହ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପରିଶେଷରେ ଗ୍ରାମବାସୀ ପାରମ୍ପରିକ ବାଦ୍ୟ ଦ୍ୱାରା ବିଦାୟୀ ଶିକ୍ଷକ ଶ୍ରୀ ନାଗଙ୍କୁ ସସମ୍ମାନରେ ଗ୍ରାମ ପରିକ୍ରମା କରାଇଥିଲେ । ଏହି ସଭାକୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ୟାମସୁନ୍ଦର ସୁନାନୀ ପରିଚାଳନା କରୁଥିବା ବେଳେ ସହକାରୀ ଶିକ୍ଷକ ରଥି ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.