csstore

କର୍ଲାକୁଟନା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକଙ୍କୁ ସ୍ୱାଗତ ଏବଂ ସମ୍ବର୍ଦ୍ଧନା

ଖପ୍ରାଖୋଲ (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କର୍ଲାକୁଟନା ଗ୍ରାମ ଅନ୍ତର୍ଗତ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ନୂତନ ପ୍ରଧାନ ଶିକ୍ଷକ ଭାବେ ଘନଶ୍ୟାମ ଶବର ଯୋଗଦାନ କରିଛନ୍ତି । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ତରଫରୁ ପ୍ରଧାନ ଶିକ୍ଷକଙ୍କୁ ସ୍ଵାଗତ ଜଣାଯାଇଥିଲା । ପ୍ରକାଶ ଥାଉକି ବଲାଙ୍ଗିର ଜିଲ୍ଲାରେ ଜନ୍ମିତ ଶ୍ରୀ ଶବର ପୂର୍ବରୁ ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକ ଅନ୍ତର୍ଗତ ଗଏନ୍ଦିମାଲ କ୍ଲଷ୍ଟରରେ ସିଆର୍‌ସିସି ଭାବରେ କାର୍ଯ୍ୟନିର୍ବାହ କରି ଛାତ୍ର ଛାତ୍ରୀ ଓ ସହକର୍ମୀମାନଙ୍କର ପ୍ରିୟ ଭାଜନ ହୋଇ ପାରିଛନ୍ତି । ସେ ଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ବଦ୍ଧପରିକର ବୋଲି ସେ ପ୍ରକାଶ କରିଥିବା ବେଳେ ଛାତ୍ରଛାତ୍ରୀଙ୍କୁ ନିଜର ସ୍ୱପ୍ନ ସାକର କରିବା ପାଇଁ ପରିଶ୍ରମ କରିବା ସହ ସମାଜରେ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରିବାର ସୁଯୋଗ ପାଇଥିବାରୁ ନିଜକୁ ଗୌରବାନ୍ନିତ ମନେ କରିବା ସହ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କରିବାରେ ସମସ୍ତ ପ୍ରଚେଷ୍ଟା କରିବାକୁ ମତବ୍ୟକ୍ତ କରିଥିଲେ । ଉକ୍ତ ସ୍ୱାଗତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସ୍ମିତାରାଣୀ ନାଏକ, ବୟନ୍ତୀ ବରିହା, ଶିକ୍ଷକ ସୁନୀଲ କୁମାର ରାଏ, ସ୍କୁଲ କମିଟି ସଭାପତି ଅମଲ ଭୁଏଙ୍କ ସହ ଗ୍ରାମର ଦୁଇଜଣ ବୁଦ୍ଧିଜୀବୀ ବିଜୟ ବରିହା, ରବିଧର ବାଗ, ସମସ୍ତ ସ୍କୁଲକମିଟି ସଦସ୍ୟ ଓ ବିଦ୍ୟାର୍ଥୀଙ୍କ ସମେତ ବହୁ ଅଭିଭାବକ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.