pakka

ମୁଣ୍ଡପଲା ଗାଁରେ ନରସିଂହଙ୍କୁ ଭବ୍ୟ ସମ୍ବର୍ଦ୍ଧନା

bbehera
  • ନରସିଂହ ଓ ଦଳ ପ୍ରତି ଆସ୍ଥା ପ୍ରକଟ କରି ଯୋଗ ଦେଲେ ଶହସ୍ରାଧିକ ଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦେଓଗାଁ ବ୍ଲକ ଅନ୍ତର୍ଗତ କୁଲୁତାପଡା ପଂଚାୟତ ମୁଣ୍ଡପଲା ଗାଁରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ଗ୍ରାମବାସୀ ତରଫରୁ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବିଗତ ଦିନମାନଙ୍କରେ ଗାଁରେ ଥିବା ପ୍ରତ୍ୟେକ ସମସ୍ୟା ସମାଧାନ ନିମନ୍ତେ ବିଧାୟକ ଶ୍ରୀ ମିଶ୍ର ତତ୍ପରତା ସହ କାମ କରିଥିବାରୁ ଗାଁର ଆବାଳ ବୃଦ୍ଧ ବନିତା ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଥିଲେ । ଗାଁ ମଣ୍ଡପରେ ରାମଜୀ କମିଟିର ସଂଯୋଜନାରେ ହୋଇଥିବା ସଭାରେ ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ୱ ପ୍ରକଟ କରି ଆସ୍ଥା ପ୍ରକଟ କରି ଗାଁରେ ଅନେକ ବୈଜ୍ୟେଷ୍ଠ ଲୋକ କଂଗ୍ରେସ ଦଳରେ ସାମିଲ ହୋଇଥିଲେ । ସେମାନେ ଶ୍ରୀ ମିଶ୍ରଙ୍କୁ ପ୍ରତିଶୃତି ଦେଇଥିଲେ ଯେ, ଆଜିଠୁ ଗାଁ ସମ୍ପୂର୍ଣ୍ଣ ଭାବେ ବିଧାୟକ ଶ୍ରୀ ମିଶ୍ରଙ୍କ ସହ ରହିବ । ଆଲୋଚନା ସମୟରେ ବିଧାୟକ ଶ୍ରୀ ମିଶ୍ର ଗାଁର ଅଭାବ ଅସୁବିଧା ସମ୍ପର୍କରେ ପଚାରିଥିଲେ । ଗାଁରେ ଥିବା ବିଜୁଳି ସମସ୍ୟା, ପାଣି ଓ ରାସ୍ତାକୁ ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ । ବିଧାୟକ ଶ୍ରୀ ମିଶ୍ର ପୁର୍ତ୍ତ ବିଭାଗ ମୁଖ୍ୟ ରାସ୍ତାରୁ ଗାଁର ଆରମୁଣ୍ଡ ପର୍ଯ୍ୟନ୍ତ ନୂତନ ଭାବରେ ସୁନ୍ଦର ରାସ୍ତା ନିର୍ମାଣ ପାଇଁ ଶୀଘ୍ର ପଦକ୍ଷେପ ନିଆଯିବାର ପ୍ରତିଶୃତି ଦେଇଥିଲେ । ତା’ ସହ ହରିଜନପଡାରେ ଏକ କମ୍ୟୁନିଟି ସେଣ୍ଟର, ଗାଁରେ ଥିବା କିଛି ଗରିବ ପରିବାରଙ୍କୁ ବିଜୁଳି ସଂଯୋଗ ବହୁ ଶୀଘ୍ର କରାଯିବ ବୋଲି ଉତ୍ତର ରଖିଥିଲେ । ନିଜ ଭାଷଣରେ ଶ୍ରୀ ମିଶ୍ର କହିଥିଲେ, ଯେଉଁ ନେତା ଓ ଦଳ ଲୋକଙ୍କ ସମସ୍ୟା ଶୁଣିବା ପାଇଁ ନ ଆସି କେବଳ ଭୋଟ ସମୟରେ ଆସୁଛନ୍ତି ଲୋକେ ତାଙ୍କୁ ବରଖାସ୍ତ କରନ୍ତୁ । କେନ୍ଦ୍ର ସରକାରରେ ଥିବା ଦଳ କିମ୍ବା ରାଜ୍ୟ ସରକାରଙ୍କ ଦଳ ହେଉ ସେମାନେ କେବଳ ଭୋଟ ହାତେଇବା ପାଇଁ ସେମାନେ ଲୋକଙ୍କୁ ମିଛ କହି ଅସମ୍ଭବକୁ ସମ୍ଭବ କରିବାର ପ୍ରତିଶୃତି ଦେଉଛନ୍ତି । ଆମେ ସଚେତନ ହେବା ଦରକାର ଆମର ଯେଉଁ ମୂଳ ସମସ୍ୟା ହେଉଛି ରାସ୍ତା ଘାଟ, ବିଜୁଳି, ପାଣି, ଭତ୍ତା ସମସ୍ୟାରୁ ଆମେ ଯେମିତି ଶୀଘ୍ର ମୁକୁଳି ପାରିବା ସେ ଦିଗରେ କାମ କରିବା ଉଚିତ । ମୁଁ ପ୍ରତିଶୃତି ଦେଉଛି ଆପଣଙ୍କ ଏସବୁ ସମସ୍ୟା ନିଶ୍ଚିତ ଭାବରେ ଅଗ୍ରାଧିକାର ଭିତ୍ତିରେ ସମାଧାନ କରାଯିବ । ବିଧାୟକ ଶ୍ରୀ ମିଶ୍ରଙ୍କ ପ୍ରତି ଆସ୍ଥା ପ୍ରକଟ କରି ଆଜିର ଏହି ସଭାରେ ଯଜ୍ଞସ ରଣା, ଭୂମିଧର ରଣା, ମିଟୁ ରଣା, ସୁବେଶ ରଣା, ରାଏଧର ମହାକୁର, ଯୁଗେଶ୍ୱର ଭୋଇ, ଯୁଗଲ ରଣା, ଶ୍ରୀବତ୍ସ ରଣା, ପରମେଶ୍ୱର ରଣା, ରମେଶ ରଣା, ବସନ୍ତ ରଣା, ଚୈତନ୍ୟ କଲତା, କିର୍ତ୍ତନ କଲତା, ସୁଶାନ୍ତ ନାଏକ, କବିରାଜ ରଣା, ଗଦନ ନାଗ, ମୋତିଲାଲ ସେଠ, ରମାକାନ୍ତ ସେଠ, ଶ୍ରୀବତ୍ସ କରନ, କୈଳାସ ରଣା, ପ୍ରକାଶ ରଣା, ଲୋକନାଥ କର, ଅର୍ଜୁନ ରଣା, ସୂର୍ଯ୍ୟମଣି ରଣା, ସିର୍ଦ୍ଧେଶ୍ୱର ଭୋଇ, ରାଜେଶ କର୍ମୀ, ଜଲନ ରଣା, ମାଖନୁ ରଣା, ବଶିଷ୍ଟ ଛତ୍ରିଆ, ଜିବର୍ଦ୍ଧନ ସୁନା, ମନୋଜ ହରପାଲ, ମଙ୍ଗଲୁ ଜାନି, ସାଧୁ ମହାକୁର, କରୁଣା କର, ଶେଷଦେବ ପ୍ରଧାନ, ମଗନ ରଣା, ଶୁଶାନ୍ତ ରଣା, ସଞ୍ଜୁ ରଣା, ବିମଲ ରଣା ସହିତ ଅନେକ ଲୋକ କଂଗ୍ରେସ ଦଳରେ ସାମିଲ ହେଲେ ।

Leave A Reply

Your email address will not be published.

13 + 14 =