pakka

ଭାଗବତତ୍ୱ ଯୋଗାଶ୍ରମର ପ୍ରତିଷ୍ଠାତା ସନ୍ଥ ରଘୁନାଥ ଜୀଙ୍କ ପରଲୋକ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠରେ ଅବସ୍ଥିତ ଭାଗବତତତ୍ୱ ଯୋଗାଶ୍ରମ ପ୍ରତିଷ୍ଠାତା ସନ୍ଥ ରଘୁନାଥ ଜୀ (୮୫ )ଙ୍କ ଶନିବାର ଅପରାହ୍ନ ୬ ଟା ସମୟରେ ପରଲୋକ ହୋଇଯାଇଛି । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ ହେବାରୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ଦେଖି ମୃତ୍ୟୁ ଘୋଷଣା କରିଥିଲେ । ସେ ୧୯୪୬ ମସିହାରେ ବରଗଡ ଜିଲ୍ଲାର ଝାରବନ୍ଧ ବ୍ଲକ ଅନ୍ତର୍ଗତ କୁରୁମା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ମାଟ୍ରିକ ପାସ ପରେ ଶିକ୍ଷକତାକୁ ବୃତ୍ତି ଭାବରେ ଗ୍ରହଣ କରିଥିଲେ । ୨୦୦୪ ମସିହାରେ ଶିକ୍ଷକତା ଅବସର ନେବା ପରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠରେ ଭାଗବତତତ୍ୱ ଯୋଗାଶ୍ରମ ପ୍ରତିଷ୍ଠାତା କରି ଲକ୍ଷାଧିକ ରୋଗୀଙ୍କୁ ସେବା କରି ପ୍ରତ୍ୟେହ ପୂର୍ଣ୍ଣମାରେ ଅନ୍ନଭୋଗ ଓ ଦୀପ ଯଜ୍ଞର ଆୟୋଜନ କରୁଥିଲେ । ତାଙ୍କ ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଆସନ୍ତାକାଲି ଶ୍ରୀ ସନ୍ଥ ରଘୁନାଥ ଜୀଙ୍କ ଅନ୍ତୀମ ସଂସ୍କାର ତାଙ୍କ ନିଜ ଗ୍ରାମରେ କରାଯିବ ବୋଲି ଭାଗବତତତ୍ୱ ଯୋଗାଶ୍ରମ ପକ୍ଷରୁ ସୂଚନା ମିଳିଥିବା ବେଳେ ପୂବର୍ତନ ବିଧାୟକ ପ୍ରଦୀପ କୁମାର ପୁରୋହିତ ଶୋକପ୍ରକାଶ କରିବା ସହିତ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.

twenty − eight =