om academy

ସଂଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧନା

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା ସଚେତନ ହେମା ନାଟ୍ୟ ଅନୁଷ୍ଠାନ ତରଫରୁ ସଂଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ନାଟ୍ୟ ରଚନା ପାଇଁ ଗୁରୁଶ୍ରୀ ନାଟ୍ୟ ତପସ୍ୱୀ ଅଶୋକ ବହିଦାର, ଲୋକନୃତ୍ୟ ପାଇଁ ବେଟିଖାଇ ବରିହା, ଲୋକ ସଂଗୀତ ପାଇଁ ଅଶ୍ୱିନୀ ପଟେଲଙ୍କୁ ଖୁବ୍‌ ଉତ୍ସାହରେ ଚନ୍ଦନ ତିଳକ ସହ ସମ୍ବର୍ଦ୍ଧନା ଦିଆଯାଇଥିଲା । ନାଟ୍ୟକାର ରାଜକୁମାର ସାହୁ ଓଡିଶା ପାଇଁ ସମସ୍ତଙ୍କ ଅବଦାନକୁ ପ୍ରଶଂସା କରିବା ସହ ଆମ କଳା ସଂସ୍କୃତିର ଶାଶ୍ୱତ ବିଜୟ ବୋଲି କହିଥିଲେ । ଅନୁଷ୍ଠାନର ତରଫରୁ ଘନଶ୍ୟାମ ଭୋଇ, ଘନଶ୍ୟାମ ସାହୁ, ଜୟନ୍ତ ସାହୁ, କୁଳମଣି ପଶାୟତ, ଭିକ ବରିହା, ଲାଲସାହେବ ସାହୁ, ରସିକ ବରିହା, ବାବୁଲୁ ସାହୁ, ହେମନ୍ତ ମହାକୁଡ଼, ରବୀନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.