ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଯୁକ୍ତ ଦୁଇ ଧର୍ମଶାଳା ମହାବିଦ୍ୟାଳୟ, ଧର୍ମଶାଳାର ସଭାକକ୍ଷରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅନୁଷ୍ଠାନର ବରିଷ୍ଠ ପ୍ରାଧ୍ୟାପକ ଡକ୍ଟର ପୁରୁଷୋତ୍ତମ ମିଶ୍ରଙ୍କ ତତ୍ୱାବଧାନରେ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ପ୍ରାଧ୍ୟାପକ ସୌମିତ୍ରି ପ୍ରଧାନ, ପ୍ରାଧ୍ୟାପକ ପ୍ରତୁଳ କୁମାର ତ୍ରିପାଠୀ, ଅଧ୍ୟାପକ ପ୍ରଫୁଲ୍ଲ କୁମାର ପାତ୍ର ଅତିଥି ଭାବରେ ଯୋଗଦେଇ ସ୍ୱାଗତ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରୀ ସୁଶ୍ରୀ ରୁବି ବେହେରା, ସୁଶ୍ରୀ ଜସ୍ମିନ୍ ବେଦବାକ୍ ଓ ଦିନେଶ ତ୍ରିପାଠୀ ।

Leave A Reply

Your email address will not be published.

five + 11 =

error: Content is protected !!