pakka

ସାନଖେମୁଣ୍ଡି ଗ୍ରାମୀଣ ଦିନ ମଜୁରିଆ ପରିବାର ସାଜିଲେ ଏକ ଅନ୍ୟତମ ଉଦାହରଣ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହିଳା ଶ୍ରମିକଙ୍କ ବିୟୋଗ ପରେ ପରିବାର ଲୋକଙ୍କ ତରଫରୁ ମୃତ ବ୍ୟକ୍ତିଙ୍କ ମହତ ଅଙ୍ଗ ଚକ୍ଷୁ ଦାନ କରାଗଲା । ସୂଚନା ଅନୁସାରେ, ସାନଖେମୁଣ୍ଡି ବ୍ଲକ ଉସ୍ତା ଜଗନ୍ନାଥପୁର ଗ୍ରାମର ରବୀନ୍ଦ୍ର ଜେନା ଓ ତାଙ୍କ ପତ୍ନୀ କୁମାରୀ ଜେନା ଭୁବନେଶ୍ୱରରେ ଦିନ ମଜୁରିଆ ଭାବେ ଜୀବିକା ନିର୍ବାହ କରୁଥିଲେ । ପତ୍ନୀ କୁମାରୀ ଜେନା(୪୭) ଅସୁସ୍ଥ ହୋଇ ଭୁବନେଶ୍ଵର କେପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ବୁଧବାର ମୃତ୍ୟୁ ବରଣ କରିଥିଲେ । ତେବେ କୁମାରୀଙ୍କ ମୃତ୍ୟୁ ପରେ ତାଙ୍କ ଚକ୍ଷୁ ଦାନ ପାଇଁ ଇଚ୍ଛାପତ୍ର ଦେଇଥିଲେ । ଚକ୍ଷୁ ଦାନ କରାଯିବା ପରେ ନିଜଗ୍ରାମ ଉସ୍ତା ଜଗନ୍ନାଥପୁୁରକୁ ଓଡ଼ିଶା ମୋ ପରିବାର ସହାୟତାରେ କୁମାରୀଙ୍କ ପାର୍ଥିବ ଶରୀର ଆସିଥିଲା । ମା’ ଙ୍କ ଶାରଦୀୟ ନବରାତ୍ର ପୂଜାରେ ଜଣେ ମା’ଙ୍କ ଆଖିରେ ଅନ୍ୟ ଜଣେ ଦୁନିଆଁକୁ ଦେଖିପାରିବେ ଏହା ହିଁ ଏକ ଉଲ୍ଲେଖନୀୟ ବାର୍ତ୍ତା ବହନ କରିଆସିଛି ।

Leave A Reply

Your email address will not be published.

three × 5 =