csstore

ଓଡିଶା ଟେନିସ ବଲ୍ କ୍ରିକେଟ୍ ଦଳକୁ ସମ୍ବର୍ଦ୍ଧନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ଚେନ୍ନାଇଠାରେ ଅନୁଷ୍ଠିତ ହୋଇଥିବା ୨୭ତମ ଜାତୀୟ ସବ୍ ଜୁନିୟର ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିଅନସିପ୍‌ରେ ଓଡ଼ିଶା ତୃତୀୟ ସ୍ଥାନ ସହିତ ବ୍ରୋଞ୍ଜ ପଦକ ହାସଲ କରିଛି । ଓଡ଼ିଆ ଦଳ ଗତକାଲି ପ୍ରତ୍ୟାବର୍ତ୍ତନ କରିଛି । ବ୍ରୋଞ୍ଜ ପଦକ ବିଜୟୀ ଓଡିଶା ଦଳରେ ସାମିଲ ଖେଳାଳି ଓ ମ୍ୟାନେଜର ସମୀର କାନ୍ତ ମହାପାତ୍ରଙ୍କୁ ଭୁବନେଶ୍ୱର ଷ୍ଟେସନରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଓଡ଼ିଶାର ଜଣାଶୁଣା ସଂଗଠନ ଉଇ ଫର ଭୁବନେଶ୍ୱର ସମସ୍ତ କର୍ମକର୍ତ୍ତା, ଓଡ଼ିଶା ଟେନିସ୍ ବଲ୍ କ୍ରିକେଟ୍ ସଂଘର ସଭାପତି ସୁରଜ କୁମାର ମିଶ୍ର, ସମ୍ପାଦକ ସିଥିଲ କୁମାର ପଣ୍ଡା, କୋଷାଧ୍ୟକ୍ଷ ଅଶୋକ ଦାଶ, ଯୁଗ୍ମସମ୍ପାଦିକ ସୋମନାଥ ପରିଡ଼ା, ସଞ୍ଜୟ ବିଶୋୟୀ, ପ୍ରକାଶ ସାହୁ, ରଞ୍ଜନ ନାୟକ ଏବଂ ଓଡିଶା ଦଳର ମୁଖ୍ୟ କୋଚ୍ ଚକ୍ରଧର ମାଝୀଙ୍କ ସମେତ ବହୁ କ୍ରୀଡ଼ାପ୍ରେମୀ ଓ ବ୍ୟକ୍ତି ବିଶେଷ ଦଳର ସଦସ୍ୟମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

jayashree
Leave A Reply

Your email address will not be published.