ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ପ୍ରଫୁଲ୍ଲ କୁମାର ନାଏକ, ଭିଏସଏଏସ ତ୍ରିଲୋଚନ ମେହେର ଓ ଭିଟି ମୀନକେତନ ବାରିକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଦିଆ ଯାଇଥିଲା । ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭା ଉପନିର୍ଦ୍ଦେଶକ ଡା. ହୃଷିକେଶ ବେହେରାଙ୍କ ସଭାପତିତ୍ୱ ଓ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ନିରୋଦ ଚନ୍ଦ୍ର କହଁରଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା । ଡା. ପ୍ରଫୁଲ୍ଲ କୁମାର ନାଏକ ଦୀର୍ଘ ୩୪ବର୍ଷ ଚାକିରି କାଳ ମଧ୍ୟରେ ଓଡିଶାର ବିଭିନ୍ନ ଜିଲ୍ଲାରେ ସଫଳତା ସହିତ ଦାୟିତ୍ୱ ତୁଲାଇ ଆଜି ଅବସର ଗ୍ରହଣ କରିଥିବାର ଜୀବନି ବ୍ୟାଖ୍ୟା କରିଥିବା ବେଳେ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀ ପ୍ରଶଂସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏଡିଭିଓ ଦିସି ଡା.ପ୍ରଭାସ କୁମାର ବେହେରା ମଞ୍ଚାସୀନ ଥିବା ବେଳେ ଜିଲ୍ଲାର ସମସ୍ତ କର୍ମଚାରୀ ଯୋଗଦାନ ଦେଇ ତିନି ଜଣଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ । ସମସ୍ତଙ୍କ ତରଫରୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ନିତ୍ୟ ବ୍ୟବହାର୍ଯ୍ୟ ପ୍ରସାଧାନ ଉପହାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦନ୍ତାପାଳି ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମର ସମ୍ପାଦକ କୃତ୍ତିବାସ ପଲିଆ ଓ ସୁନ୍ଦରଗଡ଼ ଯୋଗୀମାଲ ଭୂମିଶ୍ରୀ, କୃଷକ ଉତ୍ପାଦକ କମ୍ପାନୀର ନିଦେ୍‌ର୍ଦ୍ଦଶିକା ତଥା ବିଶିଷ୍ଟ ଗୋସେବିକା ତାରାକାନ୍ତି ପଟେଲ ଯୋଗ ଦେଇଥିଲେ । ଏହି ଅବସରରେ ଏଡିଭିଓ ଡା. କହଁର ବିଦାୟୀ ଏସ ଡିଭିଓ ଡା. ନାଏକଙ୍କ ଉପରେ ଆଧାରିତ ଏକ ସ୍ୱରଚିତ କବିତା ପାଠକରି ଭାବ ବିହ୍ଵଳ ବାତାବରଣ ସୃଷ୍ଟି କରିଥିଲେ ।

Leave A Reply

Your email address will not be published.

five + 20 =