pakka

ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀରେ ବିଧାନସଭା ଘେରାଉ

bbehera

ଭୁବନେଶ୍ୱର, (କେପିଏନଏସ୍‌) : ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀରେ ବିଧାନସଭା ଘେରାଉ । ସହସ୍ରାଧିକ କୋଶଲବାଦୀ କର୍ମୀ ଏକତ୍ରିତ ହୋଇ ଆଜି ଭୁବନେଶ୍ୱରରେ ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀ କରିଛନ୍ତି । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚାର ଆହ୍ୱାନ କ୍ରମେ ପୂର୍ବ ନିଷ୍ପତ୍ତି ଅନୁସାରେ ଆଜି ବିଧାନସଭା ଘେରାଉ ହୋଇଛି । ଭୁବନେଶ୍ୱର ରାଜରାସ୍ତାରେ ଆଜି ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀ ବୋବାଲ କରିଛି । ପାରମ୍ପାରିକ ନୃତ୍ୟ ଗୀତର ତାଳେ ତାଳେ କୋଶଲବାଦୀ ଯୁବକମାନେ ସ୍ୱତନ୍ତ୍ର ରାଜ୍ୟ ଦାବୀ କରିଛନ୍ତି । ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନରୁ ହୋଇ ଆସୁଥିବା ସ୍ୱତନ୍ତ୍ର କୋଶଲ ରାଜ୍ୟର ଦାବୀ ଆଜି ଭୁବନେଶ୍ୱର ରାଜଧାନୀର ରାଜରାସ୍ତାରେ ପହଞ୍ଚିଛି । ଓଡିଶା ସରକାରଙ୍କ ପାଇଁ ଏକ ପ୍ରଚଣ୍ଡ ଚେତାବନୀ ସ୍ୱରୂପ ଆଜିର ଏହି ଆନ୍ଦୋଳନରେ ପଶ୍ଚିମ ଓଡିଶାର ହଜାର ହଜାର ଯୁବକ ସାମିଲ ହୋଇ ପଶ୍ଚିମ ଓଡିଶା ପ୍ରତି ସରକାରଙ୍କ ବୈମାତୃକ ମନୋଭାବର ଅଭିଯୋଗ ନେଇ ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

9 + 8 =