csstore

ରାଜେନ୍ଦ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଗା ପ୍ରସନ୍ନ ମହାପାତ୍ରଙ୍କୁ ବାଣିଜ୍ୟ ବିଭାଗ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପୂର୍ବତନ ରେଜିଷ୍ଟାର ତଥା ରାଜେନ୍ଦ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଗା ପ୍ରସନ୍ନ ମହାପାତ୍ର ନିଜ ଚାକିରି କାଳରୁ ଅବସର ନେଇଥିବା ବେଳେ ଏହି ଅବସରରେ ବିଶ୍ୱବିଦ୍ୟାଳୟ ସ୍ଥିତ ବାଣିଜ୍ୟ ବିଭାଗରେ ବିଭାଗ ତରଫରୁ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବାଣିଜ୍ୟ ବିଭାଗର ପ୍ରଫେସର ଶ୍ରୀମତୀ ସୁମନ ବିନ୍ଦୁଙ୍କ ଅଧ୍ୟକ୍ଷତାରେ ଏହି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିବା ବେଳେ କଲେଜର ଅଧ୍ୟାପକ ମାନସ ରଂଜନ ସାହୁ, କୁନାଲ ମିଶ୍ର, ଓମ୍‌ ପ୍ରକାଶ ପୂଝୀରୀ, ଅଧ୍ୟାପିକା ସୁନିତା ମହାନନ୍ଦଙ୍କ ସହ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.