pakka

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ପାଟଣାଗଡ଼ ସିଟିଜେନ କମିଟି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

bbehera
  • ମତେ ଆଜ୍ଞା ନୁହେଁ, ଭାଇ ବୋଲି ସମ୍ବୋଧନ କଲେ ମୁଁ ବହୁତ ଖୁସି ହେବି । ମୁଁ ରାଜ୍ୟସଭା ସାଂସଦ ହେଲେ ବି କମିଟିର ଜଣେ ସଦସ୍ୟ, ପାଟଣାଗଡ଼ ସହରର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଚେଷ୍ଟା କରିବି : ଶ୍ରୀ ବିଶି

ପାଟଣାଗଡ଼, (ଗୋରେଖନାଥ ବରିହା) : ନବ ନିର୍ବାଚିତ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶିଙ୍କୁ ପାଟଣାଗଡ଼ ସିଟିଜେନ କମିଟି ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । କମିଟିର ସଭାପତି ଘନଶ୍ୟାମ ମେହେରଙ୍କ ସଭାପତିତ୍ୱରେ ଆୟୋଜିତ ସ୍ଵାଗତ ସମ୍ବର୍ଦ୍ଧନା ସଭାରେ ଶ୍ରୀ ବିଶି ମୁଁ କମିଟିର ଜଣେ ସଦସ୍ୟ ଓ ମୁଁ ଆଜ୍ଞା ନୁହେଁ ମତେ ଭାଇ ବୋଲି ସମ୍ବୋଧନ କଲେ ମୁଁ ବହୁତ ଖୁସି ହେବି ବୋଲି କହିବା ସହ ପାଟଣାଗଡ଼ ସହରର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସାଂସଦ ଶ୍ରୀ ବିଶି ତାଙ୍କୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ କରିଥିବାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି । ସିଟିଜେଟ କମିଟି ସଂପାଦକ ସବ୍ୟସାଚୀ ମାଝୀ ସ୍ଵାଗତ ଭାଷଣ ଦେଇଥିବା ବେଳେ ସଭାପତି ଶ୍ରୀ ମେହେର ସଭାପରିଚଳନା କରିଥିଲେ । କମିଟିର ସଦସ୍ୟମାନେ ଶ୍ରୀ ବିଶିଙ୍କୁ ପର୍ଯ୍ୟାୟ କ୍ରମେ ଫୁଲଗୁଚ୍ଛ ଦେଇ ସ୍ଵାଗତ କରିଥିଲେ । ଏଥିରେ ପାଟଣାଗଡ଼ ସିଟିଜେନ କମିଟିର ଶତାଧିକ ସଦସ୍ୟମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

3 × two =

error: Content is protected !!