pakka

ପ୍ରଧାନ ଶିକ୍ଷକ ଭକ୍ତ ରଞ୍ଜନ ଭୋଇଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

bbehera

ଗୁଡଭେଲା/ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ଦେଉଳଗୁଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଗୁଡଭେଲା ବ୍ଲକ୍‌ର ପୂର୍ବତନ ସ୍କୁଲ ନିରୀକ୍ଷକ ଭକ୍ତ ରଞ୍ଜନ ଭୋଇଙ୍କୁ ବିଦ୍ୟାଳୟ ଓ ଶିକ୍ଷକମାନଙ୍କ ତରଫରୁ ବୁଧବାର ପୂର୍ବାହ୍ନରେ ବିଦ୍ୟାଳୟ ପରିସରରେ ଭବ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ ସନ୍ତୋଷ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତୁଷୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶିଷ୍ଟ ଶିକ୍ଷାବିତ୍‌ ଆଶୁକବି ହେମନ୍ତ ଦାଶ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶ୍ରୀ ଭୋଇଙ୍କ ଉଦ୍ଦେଶ୍ୟରେ ଏକ କାବ୍ୟାଞ୍ଜଳି ଅର୍ପଣ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ଥନାପତି, ଏବିଇଓ ବିପିନ ବାଗ, ବିଶ୍ଵମ୍ବର ପୁଟେଲ, ସିଆର୍‌ସିସି ପ୍ରହଲ୍ଲାଦ ଦଣ୍ଡସେନା, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଯୁଗେଶ୍ଵର ରଣା ଯୋଗ ଦେଇଥିଲେ । ଏବିଇଓ ଶ୍ରୀ ବାଗ ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ଭୋଇଙ୍କୁ ପ୍ରୋଭିଜିନାଲ ପେନସନ୍ ପେପର ହସ୍ତାନ୍ତର କରିଥିଲେ । ସଭାକାର୍ଯ୍ୟ ସହକାରୀ ଶିକ୍ଷକ ସତ୍ୟ ପ୍ରକାଶ ସାହୁ ସଭା ସଂଚାଳନ କରିଥିଲେ । ଏହି ଅବସରରେ ପ୍ରଧାନ ଶିକ୍ଷକ ଅଶୋକ ବେହେରା, ସୂର୍ଯ୍ୟମଣି ମେହେର, ନୀଳମଣି ଭୋଇ, କଳାକୃଷ୍ଣ କୁମୁରା, ମୋହନ ଭୋଇ, ଦିବ୍ୟ ରଞ୍ଜନ ମାଝୀ, ଦୁତିଆ ସେଠ, ଚମରୁ ଥପା, ହରେକୃଷ୍ଣ ପୋଢ, ରାଜ କିଶୋର ଝାଙ୍କର ଓ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ସ୍ଵାଇଁ, ଶିକ୍ଷକ ରାଜେଶ ଭୋଇ, ଦେବାନନ୍ଦ ବୁଦ୍ଧିଆ, କାଳୁ ଚରଣ ସେଠୀ, ପ୍ରଭାତ କିଶୋର ରାଏ, ଶଶି ଭୋଇ, ହେମ ସାଗର ଷଡ଼ଙ୍ଗୀ, ପ୍ରମୋଦ ପୁରୋହିତ, ରୁଦ୍ର କୁମୁରା, କ୍ଷୀରେଶ୍ଵର ଦଳବେହେରା, ପରକ୍ଷୀତ ପ୍ରଧାନ, ସରୋଜ ରଣା ତଥା ଶତାଧିକ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଶ୍ରୀ ଭୋଇଙ୍କୁ ଉଚ୍ଛ୍ଵସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ଭୋଇଙ୍କୁ ଗ୍ରାମ ପରିକ୍ରମା କରାଇବା ସହ ତାଙ୍କ ପୈତୃକ ଗ୍ରାମ ମଧୁପୁର ପର୍ଯ୍ୟନ୍ତ ପାରମ୍ପରିକ ବାଜା ସହ ପାଛୋଟି ନେଇଥିଲେ । ଏଥିରୁ ଶ୍ରୀ ଭୋଇଙ୍କ ପ୍ରତି ଥିବା ଭକ୍ତି ଓ ସମ୍ମାନ ସ୍ପଷ୍ଟ ଅନୁମେୟ । ବିଦାୟ ସମୟରେ ସହକର୍ମୀ, ଛାତ୍ରଛାତ୍ରୀ, ଗ୍ରାମବାସୀ ଓ ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ଭୋଇ ଭାବ ବିହ୍ଵଳ ହୋଇ ପଡିଥିଲେ ।

jay balangir
Leave A Reply

Your email address will not be published.

3 × one =