pakka

ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ପକ୍ଷରୁ ସମ୍ବଲପୁରୀ ଦିନ ପାଳନ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ସମ୍ବଲପୁରୀ ଦିନ ପାଳନ ତଥା ଗୁରୁଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅବସରରେ ସେକ୍ଟର ୨୦ ସ୍ଥିତ ରାଉରକେଲା କ୍ଲବଠାରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ ସମ୍ବଲପୁରୀ ସାହିତ୍ୟର ସୁନାମଧନ୍ୟ ଗବେଷକ ସାହିତ୍ୟିକ ଡକ୍ଟର ଶ୍ୟାମସୁନ୍ଦର ଧର । ପରିଷଦର ସଭାପତି ସ୍ୱରୂପ ପାଣିଗ୍ରାହୀ ନିଜ ସ୍ୱାଗତ ଭାଷଣରେ ସଭିଙ୍କୁ ସ୍ୱାଗତ କରିବା ସହ ପରିଷଦର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ସମ୍ବଲପୁରୀ ଦିନ ପାଳନ ଅବସରରେ ପଶ୍ଚିମ ଓଡ଼ିଶାର ଭାଷା, କଳା, ସଂସ୍କୃତି ଓ ବୟନଶିଳ୍ପ କିପରି ଆହୁରି ବିକଶିତ ହୋଇପାରିବ, ଯାହା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ସ୍ୱପ୍ନ ଥିଲା ସେ ଦିଗରେ ମଧ୍ୟ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଡଃ ଧର ସତ୍ୟନାରାୟଣ ବହିଦାରଙ୍କ ସଂଘର୍ଷମୟ ଜୀବନ ଉପରେ ଆଲୋକପାତ କରିବା ସହ ସମ୍ବଲପୁରୀ ଭାଷା ଓ ସାହିତ୍ୟ ତଥା ସଂସ୍କୃତି ପ୍ରତି ତାଙ୍କ ଗଭୀର ଅନୁରକ୍ତି ଓ ଅକୁଣ୍ଠିତ ଅବଦାନକୁ ତାଙ୍କରି କାଳଜୟୀ ସର୍ଜନାର ଉଦାହରଣ ମାଧ୍ୟମରେ ଉପସ୍ଥାପନା କରିଥିଲେ । ଏହି ଅବସରରେ ପରିଷଦର କଳାକାର ସଭ୍ୟ ଓ ତାଙ୍କ ପରିବାର ବର୍ଗଙ୍କ ସହଯୋଗରେ ଓ ରମେଶ ସୁନାଙ୍କ ତତ୍ୱାବଧାନରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିଲା । ଶିଶୁଠାରୁ ବୟସ୍କ ଉଭୟ ନାରୀ ଓ ପୁରୁଷମାନେ ଏଥିରେ ନିଜ କଳା ପ୍ରଦର୍ଶନ କରି ସମଲେଇ ଭଜନଠାରୁ ଆରମ୍ଭ କରି ଡାଲଖାଇ, ମାଇଲାଜଡ଼, ରସରକେଲି ଆଦି ବିଭିନ୍ନ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ଶ୍ରୀକାନ୍ତ ଷଡ଼ଙ୍ଗୀ ପରିଚାଳନା କରିଥିବା ବେଳେ ପରିଷଦର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ପାଢ଼ୀ ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ଉପଦେଷ୍ଟା ଭଗବାନ ପତି, ପୀତବାସ ପ୍ରଧାନ, ଡଃ କଶୋରୀ ଦାଶ, ବିମଲ ବିଶି, ଅଜୟ ମିଶ୍ର, ଡାକ୍ତର ସୁବୋଧ ମେହେର, ଉମେଶ ଚନ୍ଦ୍ର ବେହେରା, ନରେନ୍ଦ୍ର ତ୍ରିପାଠୀ, ଗୌରୀ ଶଙ୍କର ପ୍ରଧାନ, ନରେନ୍ଦ୍ର ମିଶ୍ର, ସୂର୍ଯ୍ୟ ପାଢ଼ୀ, ଶୁଭେନ୍ଦୁ ପଣ୍ଡା, ଅଶୋକ ଭାଇନ୍ସଲ, ଦେବାଶିଷ ମିଶ୍ର, ଉଦୟ ମିଶ୍ର, ନିବାସ, ଦେବେଶ ପୁରୋହିତ, କୁନାଲ ମେହେର, ମଦନ ବେହେରା, ପ୍ରତାପ ମେହେର, ପଦ୍ମଲୋଚନ ବାଘ, ମୋତିରାମ ମେହେର, ସହରର ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ଯଥା ଡାକ୍ତର ବିଜୟ ସାହୁ, ଡକ୍ଟର ସନାତନ ପ୍ରଧାନ, ତପସ୍ୱିନୀ ବହିଦାର, ଡକ୍ଟର ଗଜିନ୍ଦ୍ର ମେହେର, ଡାକ୍ତର ଦୌଲତ ସରାଫ, ଅକ୍ଷୟ କୁମାର ଦାସ, ଡାକ୍ତର ଅନିନ୍ଦିତା ଦେବତା ପ୍ରମୁଖ ଯୋଗଦାନ କରିଥିଲେ ।

jay balangir
Leave A Reply

Your email address will not be published.

three × 1 =

error: Content is protected !!