ସମ୍ବଲପୁରୀ ଭାଷାର ବର୍ଣ୍ଣବୋଧ ଉନ୍ମୋଚିତ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁରୀ ଭାଷାପ୍ରେମୀଙ୍କ ପାଇଁ ଖୁସି ଖବର । ଗବେଷକ ହେମକାନ୍ତ ସାହୁ ସମ୍ବଲପୁରୀ ଭାଷାର ବର୍ଣ୍ଣବୋଧ ଭଳି ଏକ ପୁସ୍ତକ ରଚନା କରିଛନ୍ତି, ଯାହା ଉନ୍ମୋଚିତ ହୋଇଯାଇଛି । ବହିର ନାମ ‘ହେମ ବରନ୍ ଡ଼ଣିଃଆ’, ଯେଉଁଥିରେ ୧୦ ସ୍ୱର ବର୍ଣ୍ଣ, (୭ଟି ମୂଳ ସ୍ୱର ଓ ୩ଟି ସଂଯୁକ୍ତ ସ୍ୱର) ୩୬ ବ୍ୟଞ୍ଜନ ବର୍ଣ୍ଣ ରହିଛି ଓ ଖୁବ୍ ଶୀଘ୍ର ଏହି ଲିପିର କମ୍ପ୍ୟୁଟର କି-ବୋର୍ଡ ଲୋକାର୍ପଣ ହେବ । ଗବେଷକ ଶ୍ରୀ ସାହୁ କହିଛନ୍ତି ଯେ, ଭାରତୀୟ ଭାଷା ବିଜ୍ଞାନ ଓ ଲିପି ବିଜ୍ଞାନକୁ ଭିତ୍ତି କରି ଦୀର୍ଘ ୮ ବର୍ଷ ଧରି ଗବେଷଣା କରି ସେ ଏ ପୁସ୍ତକ ରଚନା କରିଛନ୍ତି ଓ ଭାରତୀୟ ଲିପି ବିଜ୍ଞାନର ସମସ୍ତ ନିୟମ ଅନୁସରଣ କରାଯାଇଛି । ସମ୍ବଲପୁରୀ ଭାଷାର ଆଧୁନିକୀକରଣ ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ବିଶ୍ୱାସ କରାଯାଉଛି ।

Leave A Reply

Your email address will not be published.