ଭାରତୀୟ ଜନସାଧାରଣ ଏବେ ହାର୍ଡ ଇମ୍ୟୁନିଟିରୁ ବହୁତ ଦୂରରେ, କରୋନାରୁ ବଂଚିବା ପାଇଁ ସାବଧାନତା ଅତ୍ୟନ୍ତ ଜରୁରୀ : ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ସଂକ୍ରମଣଠାରୁ ବଂଚିବା ପାଇଁ ଭେକ୍‌ସିନ୍‌ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ଭାରତୀୟ ଆୟୁର୍ବିଜ୍ଞାନ ଅନୁସଂଧାନ ପରିଷଦ(ଆଇସିଏମ୍‌ଆର୍‌)ର ଏକ ରିପୋର୍ଟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ, ଭାରତୀୟ ଜନସାଧାରଣ ଏବେ ହାର୍ଡ ଇମ୍ୟୁନିଟିରୁ ବହୁତ ଦୂରରେ । ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ସିରୋ ସର୍ଭେର ପରବର୍ତ୍ତୀ ରିପୋର୍ଟ ପ୍ରଦାନ କରିବାକୁ ଯାଇ ଲୋକଙ୍କୁ ସାବଧାନତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ସେ ଏହି ରିପୋର୍ଟରେ କହିଛନ୍ତି ଯେ, ଭାରତର ଜନସଂଖ୍ୟା ବର୍ତ୍ତମାନ ହାର୍ଡ ଇମ୍ୟୁନିଟିରୁ ବହୁତ ଦୂରରେ ରହିଛି । ଆମକୁ କରୋନା ଭାଇରସ୍‌କୁ ନେଇ ନିଶ୍ଚିନ୍ତ ହେବା ଉଚିତ ନୁହେଁ । ଗମ୍ଭୀରତାର ସହ କରୋନା ନିୟମ ପାଳନ କରିବା ଉଚିତ । ସେ ଧାର୍ମିକ ସ୍ଥଳ ଗୁଡ଼ିକରେ ମଧ୍ୟ ମାସ୍କ ପରିଧାନ କରି ଯିବାକୁ ପରାମର୍ଶ ଦେଇଛନ୍ତି । ନିଜର ସୋସିଆଲ୍‌ ମିଡ଼ିଆ ଅନୁସରଣକାରୀଙ୍କ ସହ କଥାବାର୍ତ୍ତାରେ ସେ କହିଛନ୍ତି, ଆଇସିଏମ୍‌ଆର୍‌ର ପରବର୍ତ୍ତୀ ସିରୋ ସର୍ଭେରୁ ଯାହା ସଂକେତ ମିଳିଛି, ତା’ ଅନୁସାରେ ଦେଶରେ ଏବେ ମଧ୍ୟ ହାର୍ଡ ଇମ୍ୟୁନିଟି ବିକଶିତ ହୋଇନାହିଁ । ସେ ଏହା ବି କହିଛନ୍ତି ଯେ, କରୋନାରେ ପୁନଃ ସଂକ୍ରମିତ ହେବାର ରିପୋର୍ଟ ଉପରେ ଆଇସିଏମ୍‌ଆର୍‌ ସକ୍ରିୟ ଭାବେ କାମ କରୁଛି, ଯଦି ବି ବର୍ତ୍ତମାନ ଏଭଳି ମାମଲାର ସଂଖ୍ୟା ନଗଣ୍ୟ । ଏଭଳି ସମସ୍ୟାକୁ ସାମ୍ନା କରିବା ପାଇଁ ସରକାର ସକ୍ଷମତା ରଖୁଛି ବୋଲି ମଧ୍ୟ ସେ କହିଛନ୍ତି ।

Leave A Reply

Your email address will not be published.