ଯୋଗୀ ସରକାର ଉପରେ ବର୍ଷିଲେ ଆପ୍ ସାଂସଦ ସଂଜୟ ସିଂହ : ୩୯ ଜିଲ୍ଲାରେ ୪୬ ବଡ଼ ଅଧିକାରୀ ଠାକୁର, କ’ଣ ଜାତିବାଦ ନାହିଁ ?

ନୂଆଦିଲ୍ଲୀ : ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସାଂସଦ ସଂଜୟ ସିଂହ ଏକ ସର୍ଭେ କରାଇଥିବାର ଦାବୀ କରି ଯୋଗୀ ସରକାର ଉପରେ ବର୍ଷିଛନ୍ତି । ସାଂସଦ ଶ୍ରୀ ସିଂହ କହିଛନ୍ତି ଯେ, ମୁଁ ଏକ ସର୍ଭେ କରାଇଥିଲି । ସର୍ଭେରେ ପଚରା ଯାଇଥିଲା ଯେ, କ’ଣ ଯୋଗୀ ସରକାର ଜାତିବାଦୀ ଏବଂ ଠାକୁରବାଦୀ ? ଏହି ପ୍ରଶ୍ନରେ ୬୩ ପ୍ରତିଶତ ଜନତା କହିଛନ୍ତି ଯେ, ଯୋଗୀ ସରକାର ଜାତିବାଦୀ ଏବଂ ୨୯ ପ୍ରତିଶତ ଲୋକେ ଏମିତି କିଛି ନାହିଁ ବୋଲି କହିଛନ୍ତି ।
ଏହି ସର୍ଭେକୁ ନେଇ ଦେଶଦ୍ରୋହ ମାମଲା ଦର୍ଜ ହେବା ପରେ ଆପ୍‌ ନେତା ସଂଜୟ ସିଂହ କହିଛନ୍ତି ଯେ, ୩୯ ଜିଲ୍ଲାରେ ଗୋଟିଏ ଜାତି ବିଶେଷ, ଅର୍ଥାତ୍‌ ଠାକୁର ଜାତିର ୪୬ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ସେ ପ୍ରଶ୍ନ କରିଛନ୍ତି ଏହା କ’ଣ ଜାତିବାଦ ନୁହେଁ ? କ’ଣ ରାଜ୍ୟ ସରକାରଙ୍କୁ ଶୀର୍ଷତମ ପଦବୀରେ ନିଯୁକ୍ତ କରିବା ପାଇଁ ଅନ୍ୟ ଜାତିର ଅଧିକାରୀ ମିଳିଲେ ନାହିଁ ? କ’ଣ ଏହା ବିଜେପି.ର ରାମରାଜ୍ୟ ? କ’ଣ ଏହା ଯୋଗୀଙ୍କ ରାମରାଜ୍ୟ ?
ତେବେ ଆପ୍‌ ନେତା ସଂଜୟ ସିଂହ କହିଛନ୍ତି ଯେ, ପ୍ରଦେଶର ୨୪ କୋଟି ଜନତାଙ୍କ ସହ ଅନ୍ୟାୟ ଓ ଅତ୍ୟାଚାର ହେବାକୁ ଦେବିନାହିଁ । ପାୱାର ବଳରେ ଜାତିବାଦ ଏବଂ ଠାକୁରବାଦକୁ ପ୍ରୋତ୍ସାହିତ କରାଯିବା ବିଷୟକୁ ସହ୍ୟ କରା ଯିବନାହିଁ । ସେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଠାକୁର୍‌ ଜୀ, ଆପଣ ଠାକରମାନଙ୍କ ପାଇଁ କାମ କରନ୍ତୁ । କିନ୍ତୁ ଅନ୍ୟ ଜାତିର ଜନସାଧାରଣଙ୍କୁ ଉପେକ୍ଷା କରନ୍ତୁ ନାହିଁ । ସେମାନଙ୍କ ସହ କୌଣସି ଅନ୍ୟାୟପୂର୍ଣ୍ଣ ବ୍ୟବହାର କରନ୍ତୁ ନାହିଁ । ରାଜ୍ୟର ୨୪ କୋଟି ଜନସାଧାରଣଙ୍କୁ ଧ୍ୟାନ ଦିଅନ୍ତୁ ।

Leave A Reply

Your email address will not be published.