csstore

ଗରିବ କଲ୍ୟାଣ ସମାବେଶ ପୂର୍ବରୁ ତାଳଚେର ଭାଜପାର ସାମ୍ବାଦିକ ସମ୍ମିଳନୀ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ଆସନ୍ତାକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଳଚେର ମାଟିର ତୁଙ୍ଗ ଭାଜପା ନେତା ଧର୍ମେନ୍ଦ୍ର ପ୍ରଧାନ ଦ୍ୱାରା କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ସମାବେଶ କାର୍ଯ୍ୟକ୍ରମ ପୂର୍ବରୁ ତାଳଚେର ଭଜପା ଦଳର କର୍ମକର୍ତ୍ତା ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଏହାର ପ୍ରାକ୍ ସୂଚନା ଦେଇଥିଲେ । ଏହି ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓଡିଶାକୁ ଗୁରତ୍ୱ ଦେଇ କୋଟି କୋଟି ଟଙ୍କାର ସହାୟତା ଦେଉଥିବା ସ୍ଥଳେ ରାଜ୍ୟ ସରକାର ତାହାର ସଦୁପଯୋଗ କରୁନଥିବା ଅଭିଯୋଗ ଆଣିଥିଲେ ଏବଂ ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାରଙ୍କ ସହାୟତା ରାଶିର ବିସ୍ତୃତ ବିବରଣୀ ପ୍ରେସ୍ ସମ୍ମୁଖରେ ରଖିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦୀୟ ଯୋଜନା ସହ ସ୍ଥାନୀୟ ମେଡିକାଲ କଲେଜ ପରିଚାଳନା, ତାପଜ ବିଦ୍ୟୁତ କେନ୍ଦ୍ର ଓ ସାର କାରଖାନା କାର୍ଯ୍ୟକ୍ଷମ କରିବା ନେଇ ସାମ୍ବାଦିକଙ୍କ ପ୍ରତିକ୍ରିୟା ନେଇ ଯାହାକି ଆଗାମୀ ଦିନରେ ନିର୍ବାଚନରେ ପ୍ରତିଫଳନ ହୋଇପାରେ ବୋଲି ପ୍ରଶ୍ନ ଉତ୍ତରରେ ମତ ପ୍ରକାଶ ପାଇଥିଲା । ଏହି ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ, କାଳିନ୍ଦୀ ସାମଲ, ଜିଲ୍ଲା ଭାଜପା ସଭାପତି ଯଯାତି ପଟ୍ଟନାୟକ ଏବଂ ଜିଲ୍ଲା ଭାଜପା ମିଡ଼ିଆ ସେଲ୍ ଅଧ୍ୟକ୍ଷ ପର୍ଶୁରାମ ବାରିକ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.