csstore

ଜନ ସମ୍ବାଦ ଟିଭି ୱେବ୍ ଚେନାଲର ଲୋଗୋ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସାମ୍ବାଦିକ ଭବନ ଠାରେ ଜନ ସମ୍ବାଦ ଟିଭି ୱେବ୍ ଚେନାଲର ଲଗୋ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଚେନାଲର ସଂପାଦକ ସଚ୍ଚିଦାନନ୍ଦ ବଗର୍ତ୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ବିଧାୟକ ଡା. ମୁକେଶ ମହାଲିଙ୍ଗ, ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ପଞ୍ଚାୟତ ସମିତି ଅଧ୍ୟକ୍ଷ ଗୋଲାପ ବାଗ, ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ଲୋଗୋ ଉନ୍ମୋଚନ କରିବା ସହ ଜନ ସମ୍ବାଦର ନାମକୁ ଜନହିତରେ ଲଗାଇ ପ୍ରକୃତ ଜନ ସମ୍ବାଦ ଆଖ୍ୟାକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ସାମ୍ବାଦିକ ସନ୍ଦିପ କୁଅଁରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚେନାଲର ଉଦଘୋଷିକା ଶ୍ରୀମତୀ ଅଂଜୁ ପୃଷ୍ଟିଙ୍କୁ ମାନପତ୍ର, ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ।

jayashree
Leave A Reply

Your email address will not be published.