jayashree

ଦୀର୍ଘ ବର୍ଷରୁ ଲାଗି ରହିଥିବା ସମସ୍ୟାର ହେଲା ସମାଧାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଂଚାୟତ ମଳକାସଡ ଗ୍ରାମରୁ ଝରିଆଲ ପଂଚାୟତ ରାଣୀପୁର ଗାଁକୁ ସଂଯୋଗ କରୁଥିବା ସେତୁର ଆପ୍ରୋଚ ରୋଡ ପାଇଁ ଦୀର୍ଘ ବର୍ଷ ଧରି ଜମି ବିବାଦ ରହିଥିଲା । ତେବେ ଦୀର୍ଘ ବର୍ଷରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଥିବା ଜଣାପଡିଛି । ତେବେ ଆଜି ଜମି ମାଳିକ ଓ ତାଙ୍କ ପରିବାର ରାଜି ହେବା ପରେ ଆପ୍ରୋଚ ରୋଡ ନିର୍ମାଣ ହେବା ପାଇଁ ନିଷ୍ପତି ନିଆଯାଇଛି । ଦୀର୍ଘ ବର୍ଷ ହେଲା ମଲକାସଡା ରାଣୀପୁର ମଧ୍ୟରେ ବିଜୁ ସେତୁ ନିର୍ମାଣ ହୋଇଛି କିନ୍ତୁ ଆପ୍ରୋଚ ରୋଡ ହୋଇନଥିବା ଯୋଗୁଁ କାର୍ଯ୍ୟକ୍ଷମ ହୋଇପାରିନାହି । ସ୍ଥାନୀୟ ବାସିନ୍ଦା ସହ ବିଭିନ୍ନ ପଂଚାୟତର ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୨କିମି ରାସ୍ତାକୁ ବର୍ଷା ଦିନେ ଯିବାକୁ ହେଲେ ବୁଲି ୨୦କିମି ଦୂରକୁ ଯାଇ ଲୋକେ ନୟାନ୍ତ ହେଉଛନ୍ତି । ତେବେ ଆପ୍ରୋଚ ରୋଡ ହେବା ନିଷ୍ପତି ହେବା ପରେ ଅଂଚଳରେ ଖୁସିର ଲହରୀ ଖେଲିଯାଇଛି । ଠେମରା ପଂଚାୟତର ସରପଂଚ ତଥା ଯୁବନେତା ଲକ୍ଷ୍ମୀକାନ୍ତ ବାଗଙ୍କ ନେତୃତ୍ୱରେ ଜମି ମାଳିକ ଉମାଶଙ୍କର ଗହିର ଓ ତାଙ୍କ ପରିବାର ରାସ୍ତା ନିର୍ମାଣ ହେବା ପାଇଁ ରାଜି ହୋଇଛନ୍ତି । ଏଥିରେ କଣ୍ଟାବାଞ୍ଜି ଆର.ଡି ବିଭାଗ ଏସଡିଓ ମାନସ କୁମାର ସିଂ, ଏସଡିଓ ଗମା ମାଝୀ, ଜେଇ ପ୍ରଦୀପ କୁମାର ଦାସ, ନାଏବ ସରପଂଚ ରାଏବତୀ ରଣା, ବିଭିନ୍ନ ୱାର୍ଡର ୱାର୍ଡମେମ୍ବର ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ । ଲୋକେ ଯିବା ଆସିବାରେ ଆଉ କୌଣସି ଅସୁବିଧା ହେବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.