
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସୃଜନ ସାହିତ୍ୟ ସଂସ୍କୃତି ସଂସଦ ପକ୍ଷରୁ ଷଷ୍ଠ ବାର୍ଷିକ ରାଜ୍ୟସ୍ତରୀୟ ସାହିତ୍ୟ ଉତ୍ସବ ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଂ ରୁମ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ସଂସଦର ସଭାପତି କବିଶ୍ରୀ ପ୍ରଶାନ୍ତ କୁମାର ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ନବରଙ୍ଗପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଡ଼. ପ୍ରମୋଦ କୁମାର ପୃଷ୍ଟି ମୁଖ୍ୟ ଅତିଥି, ବିଶିଷ୍ଟ ସାହିତ୍ୟିକ, ସଂସ୍କୃତି ଗବେଷକ ଓ ପ୍ରାବନ୍ଧିକ ଶାନ୍ତୁନୁ ରଥ ମୁଖ୍ୟ ବକ୍ତା ଏବଂ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ, ଭାଗବତ ଗବେଷକ ଜଗନ୍ନାଥ ପଣ୍ଡା, ଗବେଷକ ଡ଼. ଅନନ୍ତ ରାମ କର (କୌଣ୍ଡିନ୍ୟ), ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ସାହିତ୍ୟିକ ସୁଶାନ୍ତ ଦାଶ, ଧରାକୋଟ ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଜିତ କୁମାର ପଣ୍ଡା, ଯୁବ ସମାଜସେବୀ ଦୀପକ କୁମାର ମୁଦୁଲି ଏବଂ ରାଧେଶ୍ୟାମ ଫାଉଣ୍ଡେସନର ସଭାପତି ଦେବାଶିଷ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସଂସଦର ସମ୍ପାଦକ ସୋମନାଥ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଉତ୍ସବରେ ସାହିତ୍ୟ ଆଲୋଚନା ଚକ୍ର, କବିତା ପାଠ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ବକ୍ତାମାନେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶରେ ଏଭଳି ସାହିତ୍ୟ ଉତ୍ସବର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଆଗାମୀ ଦିନରେ ଯୁବପିଢ଼ିଙ୍କୁ ସାହିତ୍ୟ କ୍ଷେତ୍ରରେ ଅଧିକ ସାମିଲ କରିବା ସହିତ ସେମାନଙ୍କ ମନରେ ସାହିତ୍ୟ ପ୍ରତି ଆଗ୍ରହ ଓ ସୃଜନଶୀଳତା ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସଂସଦ ପକ୍ଷରୁ ପ୍ରକାଶିତ ସାହିତ୍ୟ ସଂକଳନ ‘ସୃଜନୀ’ ଏବଂ ଘନଶ୍ୟାମ ଗ୍ରନ୍ଥାବଳୀ ଓ କୁସୁମଞ୍ଜଳିକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ଅବସରରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ଅଲେଖ ଚନ୍ଦ୍ର ପ୍ରଧାନ, ଫାର୍ମାସି ଅଧିକାରୀ ସୁଧାକର ପାଣିଗ୍ରାହୀ, ସାହିତ୍ୟିକ ଗୌର ଚନ୍ଦ୍ର ଷଡ଼ଙ୍ଗୀ, ଡ଼. ପ୍ରସନ୍ନ ଦଳେଇ, କବୟିତ୍ରୀ ରାଜଲକ୍ଷ୍ମୀ ମିଶ୍ର ଏବଂ ସାହିତ୍ୟିକ ଡ଼. ଶାନ୍ତୁନ ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ଓଡ଼ିଆ ସଂଘର ଉପସଭାପତି ରାମହରି ପାଢ଼ୀ, ଡାକ୍ତର ସନ୍ତୋଷିନୀ ପ୍ରଧାନ, ନିରଞ୍ଜନ ତ୍ରିପାଠୀ, ରୀତା ରଥ,ବିଶ୍ୱମ୍ବର ରଥ, ସନ୍ତୋଷ ବଡ଼ତ୍ୟା, ସତ୍ୟମ ଅଚାରୀ, ସନ୍ତୋଷ ଦାଶ, ଶୈଳବାଳା ପାଣିଗ୍ରାହୀ, ବିନୋଦିନୀ ନାୟକ, ମାଧବ ମହାପାତ୍ର, ସନ୍ତୋଷ ଦାଶଙ୍କ ସହିତ ଜିଲ୍ଲା ଓ ଜିଲ୍ଲା ବାହାରର ବହୁ ସାହିତ୍ୟିକ, କବି, ସଂସ୍କୃତି ପ୍ରେମୀ ଓ ସାହିତ୍ୟପ୍ରେମୀ ଉପସ୍ଥିତ ରହିଥିଲେ ।