
ଟିଟିଲାଗଡ଼ (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ, ଲାୟନ ଦୀପକ କୁମାର ସାହୁଙ୍କ ଦ୍ୱାରା ପ୍ରତିଷ୍ଠିତ ସିବିଏସ୍ଇ ଅନୁବନ୍ଧିତ ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନରେ ସ୍ଵାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ ଓ ଦେଶଭକ୍ତି ଭାବନା ସହିତ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଆରମ୍ଭ ଛାତ୍ରଛାତ୍ରୀମାନେ ଏକତ୍ରିତ ହେବା ପରେ ଅତିଥିମାନଙ୍କର ଆଗମନ ହୋଇଥିଲା । ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ୍” ପରିବେଷଣ ପରେ ଅନୁଷ୍ଠାନର ପ୍ରତିଷ୍ଠାତା, ଚେୟାରମ୍ୟାନ ଲାୟନ ଦୀପକ କୁମାର ସାହୁଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା, ଯାହା ସହିତ ଜାତୀୟ ସଙ୍ଗୀତ “ଜନ ଗଣ ମନ”ର ସ୍ୱର ଲହରୀ ଗୁଞ୍ଜରିତ ହୋଇଥିଲା । ଏହା ପରେ ପ୍ୟାରେଡ଼ ନିରୀକ୍ଷଣ ଏବଂ ଏଭିଆନ୍ସ ଛାତ୍ରମାନଙ୍କ ଦ୍ୱାରା ମାର୍ଚ୍ ପାଷ୍ଟ ପ୍ରଦର୍ଶନ କରାଗଲା । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶଭକ୍ତି ମୂଳକ ସମୂହ ଗୀତ ପରିବେଷଣ କରାଯାଇଥିଲା, ଏହା ପରେ ଚେୟାରମ୍ୟାନ ଲାୟନ୍ ଦୀପକ୍ କୁମାର ସାହୁ ମୁଖ୍ୟ ଅତିଥି ଭାବେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗୀନ ନୃତ୍ୟ ପରିବେଷଣ ପ୍ରଦର୍ଶିତ ହୋଇଥିଲା । ମାନ୍ୟଗଣ୍ୟ ଅତିଥି ଭାବେ ସଦସ୍ୟ ବରିଷ୍ଠ ଆଇନ୍ଜୀବୀ ପ୍ରଦୀପ୍ ମହାନ୍ତି ବିଶିଷ୍ଟ ଅତିଥି ଭାବେ ତଥାଏଭିଇଆଇର ମୁଖ୍ୟ ପରାମର୍ଶଦାତା ମଧ୍ୟ ନିଜର ମତ ପ୍ରକାଶ କରିଥିଲେ । କୋମଳମତି ଛାତ୍ରଛାତ୍ରୀ ଅଂଶିକା ବେହେରା (ଶ୍ରେଣୀ-୨), ଅମାୟା ଶ୍ରୀବାସ୍ତବ (ଶ୍ରେଣୀ-୪), ଶ୍ରେୟାଂଶୀ ପଟ୍ଟନାୟକ ଏବଂ ଶନାୟା ବାରିକ (ଶ୍ରେଣୀ-୧) ମଧ୍ୟ ମଞ୍ଚରୁ ନିଜର ବିଚାର ପ୍ରକାଶ କରି ସମସ୍ତଙ୍କ ପ୍ରଶଂସା ଅର୍ଜନ କରିଥିଲେ । କାର୍ଯ୍ୟକ୍ରମରେ ଶ୍ରେଣୀ ୯ମ-୧୧ଶ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ, ସିନିୟର ଶାଖା ଦ୍ୱାରା ଆଦିଯୋଗ ପ୍ରଦର୍ଶନ ତଥା ସ୍ପନ୍ଦନ ଆଚାର୍ଯ୍ୟ (ଶ୍ରେଣୀ-୭) ଙ୍କ ଦ୍ୱାରା ବାଦ୍ୟଯନ୍ତ୍ର ବାଦନ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ମହୋଦୟ ଅଧ୍ୟକ୍ଷ ଭାଷଣ ପ୍ରଦାନ କରିଥିଲେ, ଏହା ପରେ ପ୍ରମୋଦ କୁମାର ସାହୁଙ୍କ ଦ୍ୱାରା ଧନ୍ୟବାଦ ଜ୍ଞାପନ କରାଗଲା । ସମାରୋହର ସମାପନ ମିଠା ବଣ୍ଟନ ସହିତ ହୋଇଥିଲା ।