om academy

ନୂଆ ପରଭାରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ଵରୀ

jsm

ସମ୍ୱଲପୁର : ନୂଆ ପରଭାରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ଵରୀ । ନୂଆ ବର୍ଷରେ ନୂଆ ରୂପା ପରଭା ଓ ଛତରରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ସମଲେଶ୍ଵରୀ । ସକାଳ ୫ଟାରେ ମଙ୍ଗଳ ଆଳତି ଓ ନୀତିକାନ୍ତି ସରିଲା ପରେ ସକାଳ ୬ଟାରୁ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଛି । ତେବେ ନୂଆ ବର୍ଷରେ ମାଆ ସମଲେଶ୍ୱରୀଙ୍କ ମନ୍ଦିରରେ ଦର୍ଶନ ପାଇଁ ପ୍ରବଳ ଭିଡ ରହିଛି ।

ଦିବା ୧୧ଟା ୪୫ ରୁ ୧୨ଟା ୧୫ ପର୍ୟ୍ୟନ୍ତ ଅନ୍ନ ଭୋଗ ପାଇଁ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୭ଟା ୪୫ ରୁ ୮ଟା ୩୦ ପାଇଁ ଦର୍ଶନ ପର୍ଯ୍ୟନ୍ତ ସନ୍ଧ୍ୟା ଆଳତି ପାଇଁ ବନ୍ଦ ରହିବ । ରାତ୍ର ୯ଟାରୁ ୯ଟା ୨୦ ପର୍ଯ୍ୟନ୍ତ ରାତ୍ର ଅନ୍ନ ଅନ୍ନ ଭୋଗ ପାଇଁ ଦର୍ଶନ ବନ୍ଦ ରହିବ । ରାତ୍ର ୧୦ଟାରେ ମା ସମଲେଶ୍ଵରୀଙ୍କ ପହଡ଼ ନୀତି ସହି ଦର୍ଶନ ବନ୍ଦ ହେବ ବୋଲି ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

error: Content is protected !!