csstore

ହଳଦିଆ ସାହୁ ସମାଜର ସାମାଜିକ ଗୃହ ପାଇଁ ଭୂମି ପୂଜନ

ସଇଁନ୍ତଲା, (କେପିଏନ୍‌ଏସ୍‌) : ସଇଁନ୍ତଲା ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ବ୍ଲକ କମିଟି ସଇଁନ୍ତଲା ଆନୁକୂଲ୍ୟରେ କଅସର ପଂଚାୟତ ସ୍ଥିତ ଭୁସକିମାଲଠାରେ ନୂତନ ସାମାଜିକ ଗୃହ ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ଜମିର ଦାନ କର୍ତ୍ତା ଦୟା ସାହୁ ସପତ୍ନୀ ସହ ପୂଜା କାର୍ଯ୍ୟରେ ଯଜ୍ଞକର୍ତ୍ତା ରୂପେ ଦାୟିତ୍ୱ ସମ୍ପନ କରିଥିଲେ । ଏହି ଭୂମି ପୂଜନ ବେଳେ କଅସର ପଂଚାୟତ ସଭାପତି ପର୍ଶୁରାମ ସାହୁ, ଭୁସକିମାଲ ଗାଁର ସଭାପତି ଈଶ୍ୱର ସାହୁ, ଘୁନସର ଗାଁର ସଭାପତି ଜଗଦୀଶ ସାହୁ, ଭଦ୍ରା ପଂଚାୟତ ସଭାପତି ସନ୍ତୋଷ ସାହୁ, ବୁଢ଼ାବାହାଲ ପଂଚାୟତ ସଭାପତି ଗଦାଧର ସାହୁ, କନ୍ଦକେଳଗାଁ ପଂଚାୟତ ଟିପେଶ୍ଵର ସାହୁ, ସତ୍ୟନାରାୟଣ ସାହୁ, ସୋସିଆଲ ମିଡ଼ିଆ ସେଲ ସଭାପତି ଦୁର୍ଗା ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିବା ଶେଷରେ ଆବାହକ କୃଷ୍ଣଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟପଟେ ଆସନ୍ତା ୩ ତାରିଖ ଦିନ ଟିଟିଲାଗଡ଼ ବିଧାୟିକା ତଥା ମନ୍ତ୍ରୀ ଟୁକୁନୀ ସାହୁ ପୁଣି ଥରେ ଏହି ଘର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ଚର୍ଚ୍ଚାର ବିଷୟ ପାଲଟିଛି

jayashree
Leave A Reply

Your email address will not be published.