csstore

ଡଃ. ଆମ୍ବେଦକର ଓ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସ୍ଥାପନ କଲେ ଲକ୍ଷେ ଘର ଗଣ୍ଡା ସମାଜ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଗେଡ ସରୋବର ପଡା ଠାରେ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ସମ୍ବିଧାନର ଜନକ ଡଃ. ବି.ଆର.ଆମ୍ବେଦର ଓ ଭଗବାନ ବୁଦ୍ଧଙ୍କ ପ୍ରତିମ୍ରୂର୍ତ୍ତି ସ୍ଥାପନ ତଥା ଉନ୍ମୋଚନ ହୋଇଯାଇଛି । ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଂଗ୍ରେସ ନେତା ଓମ୍‌ ପ୍ରକାଶ କୁମ୍ଭାର ଏବଂ ସ୍ୱର୍ଗତ ଟିକାରାମ ଅଗ୍ରୱାଲଙ୍କ ପୁତ୍ର ରାଜକୁମାର ଅଗ୍ରୱାଲ ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଯୁବନେତା ସୀତାରାମ କୁମ୍ଭାର ଙ୍କ ପରିଚାଳନାରେ ଅନୁଷ୍ଠିତ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ଶ୍ରୀ କୁମ୍ଭାର କହିଥିଲେ ଯେ, ବାବା ସାହେବ ଆମ୍ବେଦର ସବୁବେଳେ ସମାଜର ଦଳିତ ଓ ତଳସ୍ତରର ଲୋକମାନଙ୍କର ଅଧିକାରର କଥା କହୁଥିଲେ । ଦଳିତ ଅବହେଳିତମାନେ ଯେପରି ଶିକ୍ଷା ଓ ସଂଘର୍ଷ ଦ୍ୱାରା ନିଜ ସମାଜର ବିକାଶ ସହ ଦେଶ ପାଇଁ କିଛି ଯୋଗଦାନ ଦେଇପାରିବେ ସେ ଦିଗରେ କାମ କରିବା ପାଇଁ ପ୍ରେରଣା ଦେଉଥିଲେ । ଆଜି ଯେଉଁ ଜମିରେ ଭଗବାନ ବୁଦ୍ଧ ଓ ବାବା ସାହେବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ସେ ଜମିକୁ ଚଚଂକତା କରି ସରକାର ଅନ୍ୟ ସଂସ୍ଥାକୁ ଟେକି ଦେବା ବୃଥା ପ୍ରୟାସ କରିଥିଲେ । ସରକାରଙ୍କ ଏଭଳି ଦଳିତ, ଅବହେଳିତ ବିରୋଧି ଚିନ୍ତାଧାରାକୁ ଆମେ ଦୃଢତାର ସହିତ ସବୁବେଳେ ପ୍ରତିରୋଧ କରିବା ପାଇଁ ଏକତାବଦ୍ଧ ଭାବେ ରହିବାକୁ ପଡିବ ବୋଲି ଶ୍ରୀ କୁମ୍ଭାର କହିଥିଲେ । ଯେହେତୁ ଏହି ଜମି ଶିକ୍ଷା ଉଦ୍ଦେଶ୍ୟରେ ବ୍ୟବହୃତ ହେବା ପାଇଁ ସ୍ଥିର ହୋଇଛି ତେଣୁ ଏଠାରେ ଡଃ ବି.ଆର.ଆମ୍ବେଦକର ପାଠାଗାର ନିର୍ମାଣ କରିବାକୁ ବକ୍ତାମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ଏବଂ ଆଗାମୀ ଦିନରେ ଯେପରି ଏ ପାଠାଗାର ଏ ଅଂଚଳର ଛାତ୍ର ଯୁବକମାନଙ୍କର ମେଧାବୃଦ୍ଧି ଦିଗରେ କାମ କରିବ ସେ ଦିଗରେ ଆମେ ସମସ୍ତେ ଏକତ୍ରିତ ହୋଇ ଶୀଘ୍ର କାମ ଆରମ୍ଭ କରିବ ବୋଲି ମତ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସଂପାଦକ ଅଶୋକ କୁମାର ହରପାଲ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ବିଜୟ ହରପାଲ, ଫଣିନ୍ଦ୍ର କୁମ୍ଭାର, ଶିଶିର ପାଣିଗ୍ରାହୀ, ଲଳିତ ନାଏକ, ବିଜୟ ବାରିକ, ଜ୍ୟୋତିଷ ମୁଗ୍ରୀ, ମୁନା ହରପାଲ, ରାଜ ରାଏ, ନିକୁ କୁମ୍ଭାର, ଦୀପକ ନାଗ, ସୁରଜ କୁମ୍ଭାର, ନାନୁ ନାଗ, ରଂଜନ ଭୋଇ, ଚନ୍ଦନ ଭୋଇ, ବୈକୁଣ୍ଠ ବାରିକ, ମନୀଷ ଭରାସାଗର, ଜ୍ୟୋତି କୁମ୍ଭାର, ଅହଲ୍ୟା କୁମ୍ଭାର, ଜୟଶ୍ରୀ ସୁନା, ସୁବଳୟା କୁମ୍ଭାର, ଭୂମିସୁତା ନାଏକ ଓ ମନୋରମା ପାଣିଗ୍ରାହୀଙ୍କ ସମେତ ସହସ୍ରାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.