csstore

ନୃସିଂହନାଥରେ କର୍ମକାଣ୍ଡି ବ୍ରାହ୍ମଣ ସମାଜର ସଭାଗୃହ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ତୀର୍ଥକ୍ଷେତ୍ର ନୃସିଂହନାଥର ସଂସ୍କୃତି ମଣ୍ଡପ ପରିସରରେ ମଙ୍ଗଳବାର ଶ୍ରୀ ଶ୍ରୀ ମାର୍ଜରକେଶରୀ କର୍ମକାଣ୍ଡି ପରିଷଦର ସଭାଗୃହ ପାଇଁ ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଯୋଗଦାନ କରି ପୂଜାର୍ଚ୍ଚନା କରିଥିଲେ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ସଭାପତି ସୁବଳ ପଣ୍ଡାଙ୍କ ଆହ୍ୱାନରେ ଆୟୋଜିତ ସଭାକୁ ସଞ୍ଚାଳନା କରିଥିଲେ । କୋଷାଧ୍ୟକ୍ଷ ସନ୍ତୋଷ କୁମାର ପାଢ଼ୀ ଉଦେଶ୍ୟ ଜ୍ଞାପନ କରିଥିଲେ । ସୋହେଲାରୁ ଆଗତ ମନବୋଧ ମିଶ୍ର ସଭାରେ ଝାରବନ୍ଧ ବ୍ଲକ ସଭାପତି ଝସକେତନ ନନ୍ଦ, ଦେବରାଜ ପଣ୍ଡା, ମନୋଜ ପାଢ଼ୀ, ପ୍ରଫୁଲ୍ଲ ମହାପାତ୍ର, ପଦ୍ମପୁରରୁ ଆଶୁତୋଷ ପାଣିଗ୍ରାହୀ, ନୀଳମଣି ମିଶ୍ର, ପୂର୍ଣ୍ଣଚନ୍ଦ୍ର ଷଡ଼ଙ୍ଗୀ, ଅଶୋକ ମିଶ୍ର, କୁନାଲ ପାଣିଗ୍ରାହୀ, ପାଇକମାଲରୁ ପୂର୍ଣ୍ଣଚନ୍ଦ୍ର ଦାସ, ମାନସ ଦେବତା, ପ୍ରେମାନନ୍ଦ ଦେବତା, ରୋଷନ ପାଣିଗ୍ରାହୀ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.