csstore

ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଭେଟି ଶୁଭେଚ୍ଛା ଜଣାଇଲା ନୂଆପଡା ଜିଲ୍ଲା ଯାଦବ ସମାଜ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି ବିଧାନସଭାର ବହୁ ଚର୍ଚ୍ଚିତ ନବନିର୍ବାଚିତ ବିଜେପି ବିଧାୟକଙ୍କୁ ବିଭିନ୍ନ ଦିଗରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି କ୍ରମରେ ସୁଦୂର ନୂଆପଡା ଜିଲ୍ଲାରୁ ଜିଲ୍ଲା ଯାଦବ ସମାଜ ତରଫରୁ ଏକ ପ୍ରତିନିଧି ଦଳ ଆସି ବିଧାୟକଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ସୋମବାର ଦିନ ଜିଲ୍ଲା ସଭାପତି ଭାରତଲାଲ ରାଉତ ରାଉତଙ୍କ ନେତୃତ୍ୱରେ ଏକ ଟିମ୍‌ କଣ୍ଟାବାଞ୍ଜି ଗସ୍ତ କରିଥିଲେ । ଏହି ଟିମ୍‌ ସ୍ଥାନୀୟ ସିନ୍ଧେକେଲା ସ୍ଥିତ ମନ୍ଦିର ପ୍ରାଙ୍ଗଣରେ ଭେଟି ଫୁଲ ତୋଡ଼ା ସହ ଉତ୍ତରୀୟ ପ୍ରଦାନ କରିଥିଲେ । ଶୁଭେଚ୍ଛା ଜଣାଇ ବିଧାୟକଙ୍କୁ ମଉଡମଣୀ ବୋଲି କହି ଦେଶ ମାତୃକାର ସେବା କରିବାକୁ କହିଥିଲେ । ଅନ୍ୟପକ୍ଷେ ବରିଷ୍ଠ ଶ୍ରେଷ୍ଠ ମାନଙ୍କର ଆଶୀର୍ବାଦ ଅଛି ନିହାତି ଭାବରେ ଭଲ କାମ କରି କଣ୍ଟାବାଞ୍ଜିକୁ ସ୍ୱତନ୍ତ ଜାଗାର ମାନ୍ୟତା ଦେବାରେ ସହାୟକ ହେବି ବୋଲି ବିଧାୟକ କହିଥିଲେ । ଏହି ଟିମ୍‌ରେ ଅନ୍ୟମାନଙ୍କ ମଧ୍ୟରେ ନୂଆପଡାର ପୂର୍ବତନ ଜିଲ୍ଲା ସଭାପତି ହରେରାମ କଠାର, ବର୍ତ୍ତମାନର ଜିଲ୍ଲା ସମ୍ପାଦକ ତ୍ରିନାଥ ପୁଞ୍ଜି, ଯୁଧିଷ୍ଠିର ସଗରିଆ, କାର୍ଯ୍ୟକାରୀ ସଭାପତି ତ୍ରିଲୋଚନ ନାଗ, ଉପସଭାପତି ଚଞ୍ଚଳ ସଗରିଆ, ଜିଲ୍ଲା ମିଡ଼ିଆ ପ୍ରଭାରୀ ଘନଶ୍ୟାମ ଭୋଇ, ବିରାଟ ବାଗ, କୀର୍ତନ ପୋଢ଼, ଲଖନ ରାଉତ, ଗୋଲୁ ୟାଦବ ପ୍ରମୁଖ ସାମିଲ ଥିଲେ ।

jayashree
Leave A Reply

Your email address will not be published.