csstore

ପଖନମୁଣ୍ଡା ଋତୁକାଳୀନ ଆବାସିକ କେନ୍ଦ୍ରରେ ସାମଗ୍ରୀ ବଣ୍ଟନ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାଲୁଥିବା ଋତୁକାଳୀନ ଆବାସିକ କେନ୍ଦ୍ରରେ ଅନ୍ତେବାସୀଙ୍କୁ ସାମଗ୍ରୀ ବଣ୍ଟନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଂଚି ନାରାୟଣ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ କୈବଲ ମାଝୀ, ମାନ୍ଦଲା କ୍ଲଷ୍ଟର ସଂଯୋଜକ ଧନସିଂ ମାଝୀ, ପ୍ରଜତ୍ନକାରୀ ଜୟ ନାଗ, ଶ୍ରୀମତୀ ଲଲିତା ମାଝୀ, ସ୍ୱେଛାସେବୀ ବଳବନ୍ତ ରଣା, ଶିକ୍ଷକ ମନୋଜ କୁମାର ତାଣ୍ଡୀ, ଅଲେଖ ବନଗୋଲା, ବିଶେଶ୍ୱର ମୁଦୁଲି ଯୋଗଦେଇଥିଲେ । ପ୍ରଧାନ ଶିକ୍ଷକ ଉପସ୍ଥିତ ଅନ୍ତେବାସୀଙ୍କୁ ଶିକ୍ଷା ଦ୍ୱାରା ସବୁକିଛି ସମ୍ଭବ ତେଣୁ ସମସ୍ତେ ମନ ଲଗାଇ ପାଠ ପଢିବା ପାଇଁ କହିଥିଲେ । ତା’ପରେ ସମସ୍ତଙ୍କୁ ସାବୁନ, ବ୍ରସ, ତେଲ, ଖାତା, କଲମ, ପେନସିଲ ଆଦି ପଠନ ସାମଗ୍ରୀ ଓ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଦିଆଯାଇଥିଲା ।

jayashree
Leave A Reply

Your email address will not be published.