ସଇଁନ୍ତଲା ଅଞ୍ଚଳରେ ହୁ ହୁ ହୋଇ କରୋନା ବୃଦ୍ଧି : ପ୍ରଶାସନ ଚୁପ୍ ଅଭିଯୋଗ

ସଇଁନ୍ତଲା, (ପ୍ରଶାନ୍ତ କୁମାର ସାହୁ) : ସଇଁନ୍ତଲା ଅଞ୍ଚଳରେ ଦିନକୁ ଦିନ କରୋନା ମହାମାରୀ ରୂପ ନେଉଥିବା ବେଳେ ପ୍ରସାଶନ ତରଫରୁ କୈାଣସି ପଦକ୍ଷେପ କିମ୍ବା ଜନସାଧାରଣଙ୍କ ଅବଗତି ନିମନ୍ତେ କୈାଣସି ପଦକ୍ଷେପ ଗ୍ରହଣ ନ କରାଯାଉଥିବାରୁ ସଇଁନ୍ତଲା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେଉଛି । ସୂଚନା ଏହି କି ଯେ, ସଇଁନ୍ତଲା ଅଞ୍ଚଳର ଗାଁ ଗହଳି ଠାରୁ ସହର ପର୍ୟ୍ୟନ୍ତ ବହୁ ଜଣଙ୍କୁ କରୋନା ବାହାରି ଥିବାବେଳେ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଗ୍ରାମକୁ ସେନିଟାଇଜ କରାଯିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଗ୍ରାମ ଗୁଡ଼ିକର କିଏ ଦାୟିତ୍ୱ ନେବ, ସରପଞ୍ଚ ନା ବ୍ଳକ ପ୍ରଶାସନ; ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । କିଛି ଦିନ ହେବ କନ୍ଧକେଲଗାଁ ଗ୍ରାମ ପଞ୍ଚାୟତରେ ବହୁ ପରିମାଣରେ କରୋନା ରୋଗୀ ବାହାରିଥିବା ପଞ୍ଚାୟତ ପକ୍ଷରୁ କୁହାଯାଇଛି । କିନ୍ତୁ ତାହା ଠିକ୍ କି ଭୁଲ ଖବର କିଛି ଜଣାପଡୁ ନାହିଁ । କାରଣ ଗ୍ରାମଗୁଡିକରେ କୈାଣସି ପ୍ରକାର ବିଶୋଧନ କରାଯାଇ ନାହିଁ । ତେବେ ବହୁତ ଶୀଘ୍ର ସରକାର ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.