csstore

ସଇଁନ୍ତଲାରେ ମାରୱାଡି ସଂଘ ପକ୍ଷରୁ ଅଗ୍ରସେନ ଜୟନ୍ତୀ ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ମାରୱାଡ଼ି ସଂଘ ପକ୍ଷରୁ ଅଗ୍ରସେନ ଜୟନ୍ତୀ ଧୁମଧାମରେ ପାଳିତ ହେଇଯାଇଛି । ସ୍ଥାନୀୟ ଶିଶୁ ମନ୍ଦିର ପରିସରରେ ମାରୱାଡ଼ି ସମାଜର ଜନକ ତଥା ମହାରାଜା ଅଗ୍ରସେନଙ୍କ ଜୟନ୍ତୀ ପାଳିତ ହେଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ମାରୱାଡ଼ି ସମାଜ ଅଧ୍ୟକ୍ଷ ମଦନ ଲାଲ ଅଗ୍ରୱାଲ, ମହିଳା ମାରୱାଡି ସମିତି ସଭାନେତ୍ରୀ ସୁନିତା ଅଗ୍ରୱାଲ, ଯୁବ ମାରୱାଡି ସଂଘର ସଭାପତି ମନୀଷ ଅଗ୍ରୱାଲ ପ୍ରମୁଖ ଅତିଥି ଭାବେରେ ମାଂଚାସୀନ ଥିଲେ । ପ୍ରଥମେ ଭଗବାନ ଗଣେଶ ଓ ଅଗ୍ରସେନଙ୍କ ଫୋଟୋ ଚିତ୍ରରେ ପୂଜାର୍ଚ୍ଚନା କରିବା ସହ ମାରୱାଡି ସଂଘର ନୂତନ କର୍ମକର୍ତାଙ୍କୁ ଅନୀଲ ଅଗ୍ରୱାଲ ଶପଥ ପାଠ କରାଇଥିବା ବେଳେ ନୂତନ ସଭ୍ୟ ଭାବରେ ସୌରଭ ଅଗ୍ରୱାଲ, ବାଦଲ ଅଗ୍ରୱାଲ, ଅନ୍ତିମ ଅଗ୍ରୱାଲ ଓ ଆଶିଷ ଅଗ୍ରୱାଲଙ୍କୁ ଶପଥ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଚେତନା ଜୈନ ଓ ଶ୍ରଦ୍ଧା ଜୈନ ମଞ୍ଚ ପରିଚାଳନା କରିଥିଲେ । ପରେ ସଭା ଆରମ୍ଭ ହେବା ସହ ଆଗାମୀ ଦିନରେ ସଇଁନ୍ତଲା ଅଂଚଳରେ ଅଗ୍ରସେନ ଭବନ ନିର୍ମାଣ ପାଇଁ ପ୍ରସ୍ତାବ ହୋଇଥିବା ବେଳେ ସୌରଭ ଅଗ୍ରୱାଲ ଭବନ ନିର୍ମାଣରେ ୧୫ ଲକ୍ଷ ଟଙ୍କାର ଅନୁଧ୍ୟାନ ରାଶି ଅଣ ଯାଇ ନିର୍ମାଣ କରାଯିବ ବୋଲି ପ୍ରସ୍ତାବ ଦେଇଥିଲେ । ପରେ ୟୁପି ଅଂଚଳରୁ ଆସି ଥିବା କବି ମାନଙ୍କୁ କବି ସମ୍ମିଳନୀ ହେଇଥିଲା । ଏହି କାର୍ଯ୍ୟକ୍ରମରେ ସୌରଭ ଅଗ୍ରୱାଲ, ବାଦଲ ଅଗ୍ରୱାଲ, ଅନ୍ତିମ ଅଗ୍ରୱାଲ, ବନ୍ତୁ ଜୈନ, ସୁଭମ ଜୈନ, ଅନୀଲ ଅଗ୍ରୱାଲ, ଟିଟୁ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.