csstore

ଅନ୍ୟନ୍ତ ଟେଲ୍ଟ୍ରୋନିକସ ପ୍ରାଇଭେଟ ଲିମିଟେଡ଼ ତରଫରୁ ସେନିଟାଇଜେସନ୍‌ ପ୍ରୋଗ୍ରାମର ଶୁଭ ଉଦଘାଟନ

ଖୋର୍ଦ୍ଧା, (ପବିତ୍ର କୁମାର ବରାଳ) : ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ସେନିଟାଇଜେସନ୍‌ ପ୍ରୋଗ୍ରାମର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନ୍ୟନ୍ତ ଟେଲ୍ଟ୍ରୋନିକସ ପ୍ରାଇଭେଟ ଲିମିଟେଡ଼ (ଏଟିପିଏଲ୍‌) ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ଉପଜିଲ୍ଲାପାଳ, ଏମାର୍‌ଜେନ୍‌ସି ଅଫିସର୍‌ ଏବଂ ଡିପିଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଅଫିସ ସେନିଟାଇଜେସନ୍‌ କରିବା ସହିତ ଉକ୍ତ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଉଦେଶ୍ୟ ହେଲା ଲୋକ ମାନଙ୍କୁ କୋଭିହ୍‌ ବିଷୟରେ ସଚେତନତା କରିବା, ସେମାନଙ୍କ ପ୍ରବେଶ ଦ୍ୱାରକୁ ମାଗଣା ସେନିଟାଇଜ୍‌ କରିବା, ଏହି କାର୍ଯ୍ୟକ୍ରମକୁ ପୁରା ଜିଲ୍ଲା ଯଥା ସମସ୍ତ ବ୍ଲକ, ଆଞ୍ଚଳିକ ପରିଷଦ, ନଗର ନିଗମ ଏବଂ ମହାନଗର ନିଗମ ଅଂଚଳରେ ପ୍ରତ୍ୟେକ ଘରେ ଆସନ୍ତା ୨ ବର୍ଷ ଭିତରେ ୩ ଥର କରାଯିବ । ଏହାଦ୍ୱାରା ଲୋକ ସଚେତନ ହେବା ସହିତ ଘର ଜୀବାଣୁ ମୁକ୍ତ ରହିବ । ତେଣୁ ଏହି କାର୍ଯ୍ୟକ୍ରମକୁ ସବୁ ସ୍ଥରରେ ସମସ୍ତେ ସହଯୋଗ କରି ଆଗେଇ ନେବାକୁ ଜିଲ୍ଲାପାଳ ଅଫିସ ତରଫରୁ ତଥା ଆୟୋଜକ ସଂସ୍ଥା ଏଟିପିଏଲ୍‌ ତରଫରୁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଏଟିପିଏଲ୍‌ ସଂସ୍ଥାର ମୁଖ୍ୟ ବିରଞ୍ଚି ନାରାୟଣ ଆଚାର୍ଯ୍ୟ, ମୁଖ୍ୟ ଅଧିକାରୀ ସନ୍ତୋଷ କୁମାର ଖିଲାର, ସହଯୋଗୀ ଜ୍ୟୋତି ରଞ୍ଜନ ମହାପାତ୍ର ଏବଂ ଦୀପକ ଜେନା ପ୍ରମୁଖ ଉକ୍ତ କାର୍ଯ୍ୟକୁ ଆୟୋଜିତ କରିବା ସହିତ ଆଗକୁ ଆଗେଇ ନେବାକୁ ସଂକଳ୍ପ ନେଇଛନ୍ତି ।

jayashree
Leave A Reply

Your email address will not be published.