pakka

ସିନାପାଲିରେ ବିଜେପିର ଜନ ଆଶୀର୍ବାଦ ଯାତ୍ରା

ସିନାପାଲି, (ନିରାକାର ମେହରେ) : ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅବସରରେ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖ ଯାଏଁ ବିଜେପିର ସେବା ଓ ସମର୍ପଣ ପକ୍ଷକୁ ନେଇ ଚାଲୁଥିବା ଜନ ଆଶୀର୍ବାଦ ଯାତ୍ରା ଆଜି ସିନାପାଲିରେ ପହଞ୍ଚିଛି । କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ନେତୃତ୍ଵରେ ସିନାପାଲି ବ୍ଲକର ଗଣ୍ଡାବାହାଲି ଗ୍ରାମ ଠାରୁ ଆରମ୍ଭ ହୋଇ ନୂଆପଡ଼ା ପଞ୍ଚାୟତ, ଘଣ୍ଟିଗୁଡା, ଭରୁଆମୁଣ୍ଡା, ମାଳପଡା,ଝାରବନ୍ଧ, କୋଡୋବେଡା, କରଣବାହଲି ସମେତ ଅନେକ ଗାଁ ଗାଁ ବୁଲି ଲୋକ ମାନଙ୍କ ସମସ୍ୟା, ସ୍ୱଚ୍ଛତା ପକ୍ଷ, ନମାମୀ ଗଙ୍ଗେ, ରକ୍ତଦାନ ଶିବିର, ରୋଗୀ ମାନଙ୍କୁ ଫଳ ବଣ୍ଟନ, ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଉପରେ ଲୋକ ମାନଙ୍କ ଠାରୁ ପଚାରି ବୁଝିବା ହେଉଛି ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଜେପି ପ୍ରକାଶ କରିଛି । ଏହି ଯାତ୍ରା ଅବସରରେ ଆସିଥିବା ସାଂସଦଙ୍କୁ ସ୍ଥାନୀୟ ଲୋକେ ବିଭିନ୍ନ ସମସ୍ୟା ଉପରେ ଜଣାଇବା ସହ ଲିଖିତ ଅଭିଯୋଗ କରିଥିଲେ । ଏହି ଯାତ୍ରା ସିନାପାଲିରୁ ବୋଡ଼େନ ବ୍ଲକ ପର୍ଯ୍ୟନ୍ତ ଆଜି ଚାଲି ଥିଲା । ବିଭିନ୍ନ ସ୍ଥାନରେ ସାଂସଦଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅଞ୍ଚଳର ଚାଷୀ ମାନେ ମରୁଡି ପରିସ୍ଥିତିକୁ ନେଇ ମରୁଡି ସହାୟତା ପ୍ରଦାନ ଲାଗି କହିଥିଲେ । ଏପରିକି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସୁଫଳ ଉପରେ ଲୋକ ମାନଙ୍କୁ ଅବଗତ କରାଇଥିଲେ । ଏହି ଯାତ୍ରାରେ ସାଂସଦ ଶ୍ରୀ ପଣ୍ଡା ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବ ପ୍ରସାଦ ମୁଣ୍ତ, ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତୀ, ନୂଆପଡ଼ା ଜିଲ୍ଲା ସଭାପତି ସୁବ୍ରତ ଠାକୁର, ମଣ୍ଡଳ ସଭାପତି ମାର୍କଣ୍ଡ ଗହିର, କେଦାରନାଥ ଜଗତ, ପୁସ୍ତମ ମଶରା, ନରହରି ହଂସ, ଶ୍ୟାମସୁନ୍ଦର ଅଗ୍ରୱାଲ, ମୁକେଶ ମେହେର, ବୃନ୍ଦାବତୀ ଖର୍ସେଲ, ମୁକେଶ ମେହେର, ସତୀଶ ଯୋଷୀ, ଧର୍ମେନ୍ଦ୍ର ପୁରୋହିତ ସମେତ ଅନେକ ସାମିଲ ରହିଥିଲେ ।

Leave A Reply

Your email address will not be published.

3 × four =