pakka

ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଅରିନ୍ଦମ ଦାଶ ଓ ଓଡ୍ରାଫ୍ କର୍ମଚାରୀ ସୀତାରାମ ମୁର୍ମୁଙ୍କ ସ୍ମୃତିରେ ରକ୍ତଦାନ ଶିବିର

bbehera

ବରଗଡ, (ନିରୋଜ କୁମାର ପାଣୀ) : ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଅରିନ୍ଦମ ଦାଶ ଓ ଓଡ୍ରାଫ୍ କର୍ମଚାରୀ ସୀତାରାମ ମୁର୍ମୁଙ୍କ ସ୍ମୃତିରେ ଏକ ରକ୍ତ ଦାନ ଶିବିର ଆୟୋଜନ କରି ଜାତୀୟ ରକ୍ତଦାନ ଦିବସ ପାଳନ କଲା ନିଷ୍ଠା ପରିବାର । ଏଥିରେ ମୁଖ୍ୟ ଅତିଥି ଭାବରେ ପାର୍ବତୀ ଗିରି ବୃଦ୍ଧାଶ୍ରମ ମୁଖ୍ୟ ଜଳନ୍ଧର ପଟେଲ, ତାଙ୍କ ପତ୍ନୀ ଓ ତାଙ୍କ ପୁଅ ଯୋଗଦେଇ ଫିତା କାଟିବା ସହ ଶିବିରକୁ ଶୁଭାରମ୍ଭ କରିଥିଲେ । ନିଷ୍ଠା ପରିବାର ତରଫରୁ ସମସ୍ତ ରକ୍ତଦାତାଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବ ମୋଟ୍ ୩୧ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଏହି ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତ ଅରିନ୍ଦମ ଦାଶ ଓ ସୀତାରାମ ମୁର୍ମୁଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା ଓ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସଂଗୃହୀତ ରକ୍ତ ତାଙ୍କ ସ୍ମୃତିରେ ଉତ୍ସର୍ଗୀକୃତ କରାଯାଇଥିଲା । ବୃଦ୍ଧାଶ୍ରମର ମୁଖ୍ୟ ଜଳନ୍ଧର ପଟେଲ ଓ ତାଙ୍କ ପୁରା ପରିବାରକୁ ସମାଜ ସେବା ପାଇଁ ନିଷ୍ଠା ପରିବାର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉପୋରୋକ୍ତ କାର୍ଯ୍ୟକ୍ରମରେ ବରଗଡ ଓଟିଭି ପ୍ରତିନିଧି ଦୀପକ ଶର୍ମା, ବିଶିଷ୍ଟ ଶିକ୍ଷାବିତ୍ ଡ.ମନୋଜ ସାହୁ ପ୍ରମୁଖ ଯୋଗ ଦେଇଥିବା ବେଲେ ନିଷ୍ଠା ପରିବାରର ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାସୁନ୍ଦର ସାହୁ, ମଦନ ମୋହନ ଦାସ ଓ ଆଶିଷ କର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

jay balangir
Leave A Reply

Your email address will not be published.

10 + two =