oom

ଦେବଗିରି ଶୈବ ପୀଠରେ ଲାଗିଛି ଭକ୍ତଙ୍କ ଭିଡ଼

jsmm

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଦେବଗିରି ପୀଠରେ ଆଜି ପବିତ୍ର କାର୍ତ୍ତିକ ମାସ ଶେଷ ସୋମବାର ହୋଇଥିବାରୁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଛି । ଏହି ପୀଠରେ ଜିଲ୍ଲା ଓ ରାଜ୍ୟର ପ୍ରସିଦ୍ଧ ଶୈବ ପୀଠମାନଙ୍କରୁ ଏହା ହେଉଛି ଅନ୍ୟତମ ଶୈବ ପୀଠ । ପବିତ୍ର କାର୍ତ୍ତିକ ମାସ ଶେଷ ସୋମବାରରେ ନିଜର ମନସ୍କାମନା ପୁରଣ କରିବା ପାଇଁ ଜିଲ୍ଲା ତଥା ରାଜ୍ୟର ଅନେକ ଦୂର ଦୁରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ବିଭିନ୍ନ ଜିଲ୍ଲା ଆନ୍ଦ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗରୁ ପର୍ଯ୍ୟଟକମାନେ ଦେବଗିରି ସ୍ୱଟିକ ପଞ୍ଚମୁଖେଶ୍ୱର ମହାଦେବଙ୍କ ଦର୍ଶନ କରିବା ପାଇଁ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି । ମହାଦେବଙ୍କ ଉପାସନା ନିମନ୍ତେ ପାହାଡ଼ ଉପରେ ଓ ତଳ ଭାଗରେ ଭୋଜି ଭାତ କରି ଆନନ୍ଦ ନେଉଥିବା ଦେଖିବାକୁ ମିଳିଛି । ଶିବ ଦର୍ଶନ କରି ଫେରୁଥିବା ଭକ୍ତଙ୍କ ନିମନ୍ତେ କୌଣସି ପାନୀୟ ଜଳ ବ୍ୟବସ୍ଥା କରାଯାଇନଥିବା ଓ ମନ୍ଦିର ପରିଚାଳନା କମିଟି ଅନୁପସ୍ଥିତ ଥିବା ଯୋଗୁଁ ଟ୍ରାଫିକ ସମସ୍ୟା ରହିଛି । ଭକ୍ତମାନେ ପାହାଡ଼ର ୫୫୪ଟି ପାହାଚ ଅତିକ୍ରମ କରି ପଞ୍ଚ ମୁଖେଶ୍ୱର ସ୍ୱଟିକ ଲିଙ୍ଗ ଦର୍ଶନ କରିଥାନ୍ତି । ପାହାଡ଼ ଉପରେ ଛୋଟ ବଡ଼ ଗୋଟିଏ ଉଣା କୋଟିଏ ଜଳ କୁଣ୍ଡ ରହିଛି । ଏଥି ମଧ୍ୟରୁ ବହୁ ପୁରାତନ କାଳରୁ ଲୋକଙ୍କ ବିଶ୍ୱାସ ଅନୁଯାୟୀ ଧୋବା ଧୋବୁଣି ଓ ଗଙ୍ଗା ଯମୁନା, ନର୍ମଦା ଓ ସରସ୍ୱତୀ ନାମକ କୁଣ୍ଡ ଅନ୍ୟତମ ଅଟେ । ପୂର୍ବ ପୁରୁଷ କହିବା ଅନୁଯାୟୀ ଗଙ୍ଗା ଯମୁନା କୁଣ୍ଡରେ ସ୍ନାନ କଲେ ମନସ୍କାମନା ପୂରଣ ହୁଏ ବୋଲି ଲୋକଙ୍କ ମନରେ ଗୋଟିଏ ବିଶ୍ୱାସ ଅଛି । ଶେଷ ସୋମବାରରେ ବ୍ଲକରେ ଥିବା ନାରାୟଣପୁର, କରପା, ସୁନାଖଣ୍ଡି, ଶିକରପାଇ, ସେରିଗୁମ୍ମା, ପୋଲମା ଓ କଲ୍ୟାଣସିଂହପୁର ସଦରରେ ଥିବା ଶିବ ପୀଠରେ ଭକ୍ତଙ୍କ ଭିଡ଼ ଲାଗିରହିଥିବା ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.