csstore

ଯୁବ ହଷ୍ଟେଲସର ଶହୀଦ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଯୁବ ହଷ୍ଟେଲସ ରାଉରକେଲା ଶାଖା ଆନୁକୂଲ୍ୟରେ ଶହୀଦ ଦିବସ ପାଳିତ ହୋଇଯାଇଛି । ଯୁବ ହଷ୍ଟେଲସର ଅଧ୍ୟକ୍ଷ ବୁଦ୍ଧଦେବ ବାସୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉତ୍ସବରେ ୧୯୩୧ ମସିହା ଆଜିର ଦିନରେ ଭାରତମାତାର ବୀର ସୁପୁତ୍ର କ୍ରାନ୍ତିକାରୀ ଶହୀଦ ଏ ଆଜମ ଭଗତ ସିଂହ, ଶିବରାମ ରାଜଗୁରୁ ଏବଂ ସୁକଦେବଙ୍କୁ ଫାଶୀ ଖୁଣ୍ଟରେ ଇଂରେଜ ସରକାର ଝୁଲାଇ ଦେଇଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଜଣେ ବ୍ରିଟିଶ ପୋଲିସ ଅଧିକାରୀଙ୍କୁ ହତ୍ୟା ଅଭିଯୋଗରେ ତଥା ବଟୁକେଶ୍ଵର ଦତ୍ତ ସେଣ୍ଟ୍ରାଲ ଆସେମ୍ଲି ଭିତରକୁ ବୋମା ପକାଇବା ଘଟଣାରେ ଇଂରେଜ ସରକାର ଏହି ୩ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ଏହି ସମୟରେ ଭଗତ ସିଂହ ଓ ସୁଖଦେବଙ୍କୁ ୨୩ ବର୍ଷ ବୟସ ହୋଇଥିବା ବେଳେ ଶିବରାମ ରାଜଗୁରୁଙ୍କୁ ୨୨ ବର୍ଷ ବୟସ ହୋଇଥିଲା । ଏହି ଘଟଣା ଯୁବ ଗୋଷ୍ଠୀଙ୍କୁ ନିଶ୍ଚିତ ଭାବରେ ପ୍ରଭାବିତ କରିବ ଏହା ନିଃସନ୍ଦେହ ବୋଲି ସମ୍ପାଦକ ନିରଞ୍ଜନ ସାମଲ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଗଠନ ସମ୍ପାଦକ ନିରଞ୍ଜନ ବେହେରା, ଯୁଗ୍ମ ସମ୍ପାଦକ ସରୋଜ ପଟ୍ଟନାୟକ, କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ଲେଙ୍କା, ରାଜେଶ ଅଗ୍ରୱାଲ, ପି. ପି. କେ ପାତ୍ର, ଆଶିଷ ବିଶ୍ରା ହେମ୍ରମ, ପ୍ରକାଶ ଚନ୍ଦ୍ର ମିଶ୍ର, ପିତାମ୍ବର ସ, ପଙ୍କଜ ପାଢ଼ୀ, ସମରକାନ୍ତ ମଲ୍ଲିକ ଏବଂ ସୁଚିତ୍ରା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.