csstore

କବୟିତ୍ରୀ ଶ୍ରୀମତୀ ସାବିତ୍ରୀ ସାହୁ ପାଇଲେ ରାଜ୍ୟସ୍ତରୀୟ ଗଳ୍ପ ସମ୍ମାନ-୨୦୨୨

ପାଟଣାଗଡ଼, (ଗୋରେଖନାଥ ବରିହା) : ୪୫ତମ ରାଜ୍ୟସ୍ତରୀୟ କବି, ଲେଖକ, କଳାକାର ସମାବେଶ ତଥା ସାରସ୍ୱତ ସମ୍ବର୍ଦ୍ଧନା ସମାରୋହ ୨୦୨୨ କଟକ ସ୍ଥିତ କର୍ମବୀର ଗୌରୀଶଙ୍କର ଟାଉନହଲଠାରେ ଗତ ୨୦ ମାର୍ଚ୍ଚ ରବିବାର ଦିନ ଅନୁଷ୍ଠିତ ହୋଇଥିଲା । ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀର ପ୍ରତିଷ୍ଠାତା ସଂପାଦକ କବି ସାରଥି ଡଃ ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ର, ସଭାପତି ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର, ସଭାର ଅଧ୍ୟକ୍ଷ ବିଶିଷ୍ଟ କବି ଡଃ ନୃସିଂହାନନ୍ଦ ମହାପାତ୍ର, ମୁଖ୍ୟ ଅତିଥି ପ୍ରାକ୍ତନ ସାଂସଦ ତଥା ବିଶିଷ୍ଟ କବି ଡଃ ପ୍ରସନ୍ନ ପାଟଶାଣି, ମୁଖ୍ୟବକ୍ତା ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଭାପତି ଡଃ ହୁସେନ ରବି ଗାନ୍ଧୀ ଓ ସମ୍ମାନୀତ ଅତିଥି ନୀଳଗିରିର ରାଜା ସାହେବ ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ, ରାଣୀ ସାହେବା ଶ୍ରୀମତୀ ମନୋଜା ମଞ୍ଜରୀ ଦେବୀ, ଉଦ୍‌ଘାଟକ ବିଶିଷ୍ଟ କବି ସଂଗ୍ରାମ କେଶରୀ ସାମନ୍ତରାୟ, ସମ୍ମାନୀତ ବକ୍ତା ପରୀକ୍ଷିତ ସାହୁ ଓ ଗୋପୀନାଥ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଶିଷ୍ଟ ନାରୀ କବି ତଥା ଆଦର୍ଶ ଶିକ୍ଷୟିତ୍ରୀ ଧଣ୍ଡାମୁଣ୍ଡା ବଲାଙ୍ଗିର ନିବାସୀ ସାବିତ୍ରୀ ସାହୁଙ୍କୁ ଚଳିତ ବର୍ଷର “ଗଳ୍ପ ସମ୍ମାନ”ରେ ସମ୍ମାନୀତ କରିଛନ୍ତି । ଏଠାରେ ପ୍ରକାଶ ଥାଉକି ଶ୍ରୀମତୀ ସାହୁ ଛୋଟବେଳୁ ସାହିତ୍ୟ ସାଧନାରେ ନିଜକୁ ବ୍ରତୀ କରିଛନ୍ତି । ତାଙ୍କର ଏକାଧିକ କବିତା, ଗଳ୍ପ ଓଡିଶାର ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହୋଇ ଆସୁଛି । ଏ ଖବର ପ୍ରସାରିତ ହେବା ପରେ ସାହିତ୍ୟିକ, ବୁଦ୍ଧିଜୀବୀ ଓ ଶୁଭେଚ୍ଛୁଙ୍କ ଶୁଭେଚ୍ଛାର ସୁଅ ଛୁଟିଛି ।

jayashree
Leave A Reply

Your email address will not be published.