csstore

କୁଷ୍ଠାଶ୍ରମ ଅନ୍ତେବାସୀଙ୍କୁ ସହାୟତା ପ୍ରଦାନ

ଲୋଇସିଂହା, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦ ସଭାପତି ବଳରାମ ସିଂ ଯାଦବ ନିଜ ମା’ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଲୋଇସିଂହା ଶାନ୍ତିଗ୍ରାମ ସ୍ଥିତ କୁଷ୍ଠାଶ୍ରମରେ ପହଞ୍ଚି ଅନ୍ତେବାସୀଙ୍କୁ ସହାୟତା ପ୍ରଦାନ କରିଛନ୍ତି । ଶ୍ରୀ ଯାଦବ କୁଷ୍ଠାଶ୍ରମରେ ରହୁଥିବା ୧୧ ଜଣ ମହିଳାଙ୍କୁ ଶାଢ଼ୀ ଓ ରାସନ ସାମଗ୍ରୀ ସମେତ ଆର୍ଥିକ ସହାୟତା ଦେଇଥିଲେ । ଏହି ସମୟରେ ତାଙ୍କ ସହିତ ଲୋଇସିଂହା ବ୍ଳକ ଯାଦବ ସମାଜ ସଭାପତି କୁନା ଭୋଇ, ଜିଲା ସମ୍ପାଦକ କୁମାର ପାଣ୍ଡେ, କୁଳମଣି ଯାଦବ, ପ୍ରଭାକର ଯାଦବ, ସେବକ ପଧାନ, ନିତ୍ୟା ବେହେରା, ମଙ୍ଗଳ ପାଣ୍ଡେ, ବାବୁଲାଲ କଦମ, ନିବାସ ମହାରଣା, ଆଶିଷ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.