csstore

ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜୁ ଜନତା ଦଳର ନେତା ଓ କର୍ମୀମାନଙ୍କ ଦ୍ୱାରା ଦଳିତମାନଙ୍କ ଉପରେ ବାରମ୍ବାର ଆକ୍ରମଣ ଓ ଭାରତରତ୍ନ ଡ.ବାବାସାହେବ ଆମ୍ବେଦକରଙ୍କ ପ୍ରତି ଅସମ୍ମାନର ପ୍ରତିବାଦରେ ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ସଭାପତି ସୁନୀଲ କୁମାର ସେଠଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅନନ୍ତ ଦାସ, ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗ, ବଲାଙ୍ଗିର ଅନୁସୂଚିତ ଜାତି ମୋର୍ଚ୍ଚାର ପ୍ରଭାରୀ ମୁରଲୀଧର ସୁନା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁଶାନ୍ତ ଦାସ, ପୀତାମ୍ବର ଖମାରୀ, ସନ୍ତୋଷ ସାହୁ, ସୁଦୀପ ସା’, ସୁନୀଲ ମିଶ୍ର, ଅଭିଷେକ ସୋନୀ, ସୁବ୍ରତ କୁଅଁର, ଜିଲ୍ଲା ଆଇଟି କୋର୍ଡିନେଟର୍‌ ରଶ୍ମିରେଖା ଦାନୀ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦକ ରଞ୍ଜିତା ପାଣିଗ୍ରାହୀ, ଫିରୋଜା ବିବି, କଲ୍ୟାଣୀ ଆଡବାଙ୍କ, ସୈାଦାମିନୀ ମିଶ୍ର, ଅନୂସୟା ବେଜ ପ୍ରମୁଖ ବହୁ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.