csstore

ଏସିଡ ଆକ୍ରମଣର ଶିକାର ହେଇଥିବା ପୀଡିତାଙ୍କୁ ଆର୍ଥିକ ସହାୟତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡାରେ ଏସିଡ୍‌ ଆକ୍ରମଣର ଶିକାର ହେଇଥିବା ପୀଡିତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଏବଂ ନ୍ୟାୟକୁ ପ୍ରୋତ୍ସାହିତ କରିବା ଦିଗରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ପ୍ରଶଂସନୀୟ ପଦକ୍ଷେପ ନେଇଛି । ବଙ୍ଗୋମୁଣ୍ଡା ଥାନାରୁ ଏସିଡ୍‌ ଆକ୍ରମଣରେ ଆଘାତପ୍ରାପ୍ତ ପୀଡିତାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଆସିଥିବା ଏକ ଆବେଦନର ବିଚାର ପାଇଁ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅପରାଧିକ ଆଘାତଜନିତ କ୍ଷତିପୂରଣ ମଣ୍ଡଳୀ ତରଫରୁ ଜିଲ୍ଲା ନ୍ୟାୟାଧୀଶ ତଥା ଅଧ୍ୟକ୍ଷ, ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ବୈଠକରେ ପୀଡିତାମାନଙ୍କ ଶାରୀରିକ ଆଘାତର ସମୀକ୍ଷା କରାଯିବା ସହ ସେମାନଙ୍କର ଡାକ୍ତରୀ ପରୀକ୍ଷା କରାଯାଇ ୪ ଜଣଙ୍କୁ ୧୩ଲକ୍ଷ ଟଙ୍କାର ଚିକିତ୍ସା ସହ ଥଇଥାନ ନିମନ୍ତେ ସହାୟତା ପ୍ରଦାନ କରାଯିବାକୁ ନିଷ୍ପତି ନିଆଯାଇଛି ।

jayashree
Leave A Reply

Your email address will not be published.