pakka

କର୍ଲାମୁଣ୍ଡା ବ୍ଲକର ୮ଟି ଦିବ୍ୟାଙ୍ଗ ପରିବାରକୁ ମିଳିଲା ୨୦ ଲକ୍ଷ ଟଙ୍କାର ବିବାହ ପ୍ରୋତ୍ସାହନ ରାଶି ସହାୟତା

bbehera

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗାଁର ଆଠଟି ଦିବ୍ୟାଙ୍ଗ ପରିବାରକୁ ଦିବ୍ୟାଙ୍ଗଙ୍କ ବିବାହ ପ୍ରୋତ୍ସାହନ ସହାୟତା ରାଶି ମିଳିଥିବା ଜଣାପଡ଼ିଛି । ସୂଚନା ମତେ ସୋମବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି. ଅନ୍ୱେସା ରେଡି, କର୍ଲାମୁଣ୍ଡା ଖ ଯୋନ ଜିଲ୍ଲା ପରିଷଦ ସଭ୍ୟ ତଥା କଳାହାଣ୍ଡି ଦିବ୍ୟଙ୍ଗ ମଞ୍ଚ ସଭାପତି ସୁରେଶ ଚୌଧୁରୀଙ୍କ ଉପସ୍ଥିତିରେ ଏହି ବ୍ଲକର ଗଜବାହାଲ ଗାଁର ଦିବ୍ୟଙ୍ଗ ପରିବାର ଦିଗ ନାଗ ଓ ପତ୍ନୀ ସବିତା ନାଗ, ଭଟାପଲା ଗାଁର ଫାଲଗୁନ ସାହୁ ଓ ପତ୍ନୀ ଯଶୋବନ୍ତି ସାହୁ, ବ୍ରହ୍ମଣୀମୁଣ୍ଡା ଗାଁର କୈଳାସ ରଣା ଓ ପତ୍ନୀ ଅନିତା ରଣା, ତେରେସିଙ୍ଗା ଗ୍ରାମର ଅଞ୍ଜଳି ମାଝୀ ଓ ତାଙ୍କ ସ୍ୱାମୀ ପବିତ୍ର ମାଝୀ, ବୋରପଦର ଗ୍ରାମର ବଳରାମ ସାହୁ ଓ ତାଙ୍କ ପତ୍ନୀ ସୁନାଫୁଲ ସାହୁ, ଜୋରାଡବରା ଗ୍ରାମର ନର୍ମଦା ବେହେରା ଓ ତାଙ୍କ ସ୍ୱାମୀ ବଳଦେବ ଗଉଡ଼, ସ. ମାଲପଡା ଗ୍ରାମର ତପନ ଚନ୍ଦନ ଓ ତାଙ୍କ ପତ୍ନୀ ଜାନକୀ ହେର୍ନା, ସିଲେଟପଡା ଗ୍ରାମର ଶଶୀଭୂଷଣ ଜାନୀ ଓ ତାଙ୍କ ପତ୍ନୀ ସୀମା ଜାନୀ ପ୍ରମୁଖଙ୍କୁ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ଲେଖାଏଁ ସହାୟତା ରାଶିର ଚେକ ପ୍ରଦାନ କରାଯାଇଥିଲା । ଠିକ୍‌ ସେହିପରି ଜୁନାଗଡ଼ ବ୍ଲକର ବୁଢ଼ୀପଦର ଗ୍ରାମର ଦିବ୍ୟଙ୍ଗ ପରିବାର ନୀଳକଣ୍ଠ ଲେଞ୍ଜିଆ ଓ ତାଙ୍କ ପତ୍ନୀ ସାବେତ୍ରୀ ଲେଞ୍ଜିଆଙ୍କୁ ମଧ୍ୟ ୨ ଲକ୍ଷ ୫୦ ହଜାର ଟଙ୍କାର ଚେକ ଦିଆଯାଇଥିବା ବେଳେ ଦୁଇ ଜଣ ଦିବ୍ୟଙ୍ଗ ଛାତ୍ରଙ୍କୁ ଲାପ୍‌ଟପ୍‌ ପ୍ରଦାନ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଏସ୍‌ଏସ୍‌ଓ ସସ୍ମିତା ହୋତା, ଜିଲ୍ଲା ଭିନ୍ନକ୍ଷମ ପୁନଃର୍ବାସ କେନ୍ଦ୍ର ଭବାନୀପାଟଣାର ବାଦଲ ପଟନାଏକ, ନିବାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

19 − 9 =

error: Content is protected !!