pakka

ଜିଲ୍ଲା ଛାତ୍ର କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

bbehera
  • ଗଣତନ୍ତ୍ରର ସୁରକ୍ଷା ପାଇଁ ଛାତ୍ର ସମାଜ ଲଢେଇ ଜାରି ରଖିବ
  • ୫-ଟି ସଚିବଙ୍କ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଅତି ନିନ୍ଦନୀୟ : ଛାତ୍ର କଂଗ୍ରେସ
  • ଛାତ୍ରମାନଙ୍କ ଉପରେ ପୁଲିସର ଦମନଲୀଳାକୁ ଛାତ୍ର କଂଗ୍ରେସର ନନ୍ଦା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମ ଭାରତ ବର୍ଷ ହେଉଛି ସର୍ବ ବୃହତ ଗଣତାନ୍ତ୍ରିକ ଦେଶ । ସମ୍ବିଧାନ ଆମକୁ ଗଣତନ୍ତ୍ର ମାଧ୍ୟମରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରିଛି । କିନ୍ତୁ ବିଡମ୍ବନାର ବିଷୟ, ବର୍ତ୍ତମାନ ଦେଶର ସମ୍ବିଧାନ ବିପଦରେ ତା’ସହ ଗଣତନ୍ତ୍ର ଆହୁରି ବିପଦରେ । ରାଜ୍ୟରେ ସଂପ୍ରତି ଚାଲିଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଗସ୍ତ ସର୍ବକାଳୀନ ଭାବରେ ଗଣତନ୍ତ୍ରକୁ କ୍ରମାଗତ ଭାବରେ ହତ୍ୟା କରିଛି । ଦିନ ଥିଲା ଲୋକ ପ୍ରତିନିଧି, ବିଧାୟକ, ମନ୍ତ୍ରୀଙ୍କ ଗସ୍ତ ସମୟରେ ସଚିବମାନେ ଗସ୍ତ କିପରି ସୁଚାରୂ ରୂପେ ହେବ ଲୋକେ କିପରି ଠିକ୍‌ ହିସାବରେ ମନ୍ତ୍ରୀ ବିଧାୟକଙ୍କ ସହ ତାଙ୍କ ଅସୁବିଧା ବାବଦରେ ଅବଗତ କରିପାରିବେ ସେ ସବୁର ତଦାରଖ ତଥା ବ୍ୟବସ୍ଥା ସଚିବମାନେ ଦେଖୁଥିଲେ । କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ସରକାରୀ ଦଳର ବିଧାୟକ, ମନ୍ତ୍ରୀମାନେ ଆସି ସଭାସ୍ଥଳ ତଥା ଲୋକ ଯୋଗାଡ଼ କରିବା ପ୍ରତ୍ୟକ୍ଷ ଭାବେ ଗଣତନ୍ତ୍ରକୁ ହତ୍ୟା କରିବା ସହ ସମାନ ବୋଲି ଆଜି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ କ୍ଷୋଭର ସହ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୫-ଟି ସଚିବଙ୍କ ବଲାଙ୍ଗିର ଗସ୍ତ ପୂର୍ବରୁ ୧୦ ଦିନ ହେଲା ଜିଲ୍ଲାରେ ପ୍ରଶାସନିକ କାର୍ଯ୍ୟ ପ୍ରାୟତଃ ଅଚଳ ହୋଇଯାଇଛି । ସମସ୍ତ କାର୍ଯ୍ୟାଳୟର ଅଧିକାରୀମାନେ ୫-ଟି ସଚିବଙ୍କ ଗସ୍ତରେ ମାତିଛନ୍ତି । ଯାହାକି ଜିଲ୍ଲାରେ ଜାରି ରହିଥିବା ଜନମଙ୍ଗଳ କାର୍ଯ୍ୟ ହେଉ କି ଅନ୍ୟାନ୍ୟ ସେ ସମସ୍ତ ଠପ୍‌ ହୋଇଯିବା ଦ୍ୱାରା ଲୋକେ ନାହିଁ ନଥିବା ଅସୁବିଧାରେ ରହିଛନ୍ତି । କେବଳ ଏତିକି ନୁହେଁ, ୫-ଟି ସଚିବଙ୍କ ସଭାସ୍ଥଳକୁ ଗହଳି କରିବା ପାଇଁ ଜିଲ୍ଲାରେ ଥିବା ସମସ୍ତ କଲେଜରୁ ଛାତ୍ରଛାତ୍ରୀମାନଙ୍କୁ ବୋହି ଆଣିବା ପାଇଁ ସେଠାକାର କଲେଜ କର୍ତ୍ତୃପକ୍ଷଙ୍କୁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ତରଫରୁ ଚାପ ପକାଯାଉଛି । ସଚିବ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ହେଲିକେପ୍ଟରେ ଉଡି ଉଡି ଯାଉଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ ଅସୁରକ୍ଷିତ ଭାବରେ ବିନା ଅବିଭାବକରେ ବସ୍‌ ଗୁଡ଼ିକରେ ଠେଲିପେଲି ଆଣି ସଭାସ୍ଥଳ ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରାଯାଇଛି । ଯାହା କି ଅତି ନିନ୍ଦନୀୟ । ସ୍ଥାନୀୟ ବିଶ୍ୱବିଦ୍ୟାଳୟ ପଡ଼ିଆରେ ୫-ଟି ସଚିବଙ୍କ ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କାର୍ଯ୍ୟକ୍ରମ ଥିଲା । ସେଠାରେ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଯୋର ଜବରଦସ୍ତ ୪ ଘଣ୍ଟା ପର୍ଯ୍ୟନ୍ତ ଅଟକାଇ ରଖି ଧମକ ଚମକ ଦେଲେ । ଏପରିକି କିଛି ଛାତ୍ରଛାତ୍ରୀ ନିଜର ଅଭିଯୋଗ ବଖାଣିବା ପାଇଁ ଚେଷ୍ଟା କରୁଥିବା ବେଳେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ଛାତ୍ରୀଙ୍କଠାରୁ ଫୋନ ଛଡାଇ ନେବା ସହ ଧମକ ଦେଇଥିଲେ । ଯାହାକି ଜିଲ୍ଲା ପ୍ରଶାସନ ସମ୍ମୁଖରେ ଘଟଣା ଘଟିଥିଲେ ହେଁ ପୁଲିସ ପ୍ରଶାସନ ନିରବ ରହିଥିଲେ ।

ଜଣେ ଛାତ୍ର ନିଜ ଦାବୀ ଜଣାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଜିଲ୍ଲା ପ୍ରଶାସନ ତାର ଆୱାଜକୁ ଦବାଇ ଦେବା ପାଇଁ ଚେଷ୍ଟା କରିଥିଲା । ଜିଲ୍ଲା ପ୍ରଶାସନ ସହ ଅନେକ ବାକବିତଣ୍ଡା ପରେ ଛାତ୍ର ଜଣକ ନିଜ ଦାବୀ ୫-ଟି ସଚିବଙ୍କୁ ଜଣାଇ ପାରିବା ଜିଲ୍ଲା ପ୍ରଶାସନର କାର୍ଯ୍ୟଧାରା ମଧ୍ୟ ରାଜନୀତି ପ୍ରଣୋଦିତ ପ୍ରମାଣିତ ହେଉଛି ବୋଲି ଶ୍ରୀ ସାହୁ ସାମ୍ବାଦିକମାନଙ୍କୁ କହିଛନ୍ତି । ଜିଲ୍ଲା ସଭାପତି ଶ୍ରୀ ସାହୁ ଏହା ମଧ୍ୟ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟ ପରିସରରେ ୫-ଟି ସଚିବଙ୍କ ସଭା ଅନୁଷ୍ଠିତ ହୋଇଥିଲା । ବିଶ୍ୱ ବିଦ୍ୟାଳୟର ସୁରକ୍ଷା, ଖେଳ ପଡ଼ିଆ ଏପରିକି ଅଧ୍ୟାପକ ଓ ଅଣଅଧ୍ୟାପକ ଶହ ଶହ ସଂଖ୍ୟାରେ ଖାଲିଥିଲେ ହେଁ ୫-ଟି ସଚିବ ସେ ଉପରେ କୌଣସି ଟିପ୍‌ଣୀ ନଦେବା ଅତି ନିନ୍ଦନୀୟ । ତେଣୁ ଜିଲ୍ଲା ଛାତ୍ର କଂଗ୍ରେସ ୫-ଟି ସଚିବଙ୍କ ଏହି ଗସ୍ତକୁ ସମ୍ପୂର୍ଣ୍ଣ ରୂପେ ଏକ ରାଜନୈତିକ ଗସ୍ତ ଥିଲା । ଏହା ଏହି ଅଞ୍ଚଳର ସାଧାରଣ ଜନତା ଓ ଛାତ୍ର ସମାଜ ପ୍ରତି ଏକ ଭୂଆଁବୁଲା ଗସ୍ତ ବୋଲି ଅବିହିତ କରିବା ସହ ତାଙ୍କ ଏହି ଗସ୍ତ ଦ୍ୱାରା ଗଣତନ୍ତ୍ରକୁ ମଧ୍ୟ ବାରମ୍ବାର ହତ୍ୟା କରାଯାଉଛି ବୋଲି କହିଥିଲେ । ଯଦି ବଲାଙ୍ଗିର ଜିଲ୍ଲା ଛାତ୍ରମାନଙ୍କର ମୁଖ୍ୟ ସମସ୍ୟା ଶିକ୍ଷକ, ଅଧ୍ୟାପକ ପଦବୀ ପୂରଣ, କଲେଜ ପରିସରମାନଙ୍କରେ ସୁରକ୍ଷା ସୁଦୃଢ କରିବା, ଅଣ ଅଧ୍ୟାପକ ପଦବୀ ପୂରଣ କରିବା, ବେକାରୀ ଦୂରୀକରଣ ପାଇଁ ଶିଳ୍ପ ପ୍ରତିଷ୍ଠା ଦିଗରେ ନବୀନ ସରକାର କିଛି ପଦକ୍ଷେପ ନ ନିଅନ୍ତି ତେବେ ଜିଲ୍ଲା ଛାତ୍ର କଂଗ୍ରେସ ସରକାର ବିରୁଦ୍ଧରେ ଆନ୍ଦୋଳନକୁ ଆହୁରି ତେଜିଆନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ବିଧାନସଭା ଯୁବ କଂଗ୍ରେସ ସଭାପତି ନାସିର ଖାନ, ନିରଞ୍ଜନ ମିଶ୍ର, ନିତିଶ ପ୍ରଧାନ, ମନୋରଂଜନ ବିଶ୍ୱାଲ, ସୁଭେନ୍ଦୁ ସାହୁ, ଆଲୋକ ନାୟକ, ଅଂକୁଶ ସାହୁ, ଚିନ୍ମୟ ବେହେରା, ରମନ କୁମାର ଅଗ୍ରୱାଲ, ସୁଜିତ କୁମ୍ଭାର, ଚନ୍ଦନ ସାହୁ, ସାନୁ ମନହୀରା, ରୋଶନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

nineteen − 13 =

error: Content is protected !!