pakka

ମୃତ ଶିକ୍ଷକଙ୍କ ପରିବାରକୁ ଓଷ୍ଟା ତରଫରୁ ସହାୟତା ରାଶି ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକ ସ୍ୱର୍ଗତ ବସନ୍ତ କୁମାର ଶାନ୍ତ ଓ ଅଲଣ୍ଡା ରାଜୀବ ଗାନ୍ଧୀ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ସ୍ୱର୍ଗତ ନିଲାମ୍ବର ସୁନା ଗତ ୨୦୨୧ ମସିହାରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ଆଜି ବଙ୍ଗୋମୁଣ୍ଡା ବ୍ଲକ ଓଷ୍ଟା ସଂପାଦକ ରସାନନ୍ଦ ମହାପାତ୍ର, ବ୍ଲକ ସଭାପତି ଅରୁଣ କୁମାର ବାରିକ, ଜିଲ୍ଲା ସଂଯୋଜକ ଲୋକନାଥ ମେହେର, ଗଣପତି ସାହୁ, ବ୍ଲକ ପ୍ରତିନିଧି ସମର କୁମାର ଜେନା, ଜିଲ୍ଲା ଯୁଗ୍ମ ସଂପାଦକ ଦିଲ୍ଲୀପ ନାୟକ, ଭାଲୁମୁଣ୍ଡା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭାସ୍କର ଆପତ, ପରିଚାଳନା କମିଟିର ସଭ୍ୟ ଯୋଗୀନ୍ଦ୍ର ମିଶ୍ର ତଥା ଦୁଇ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଦୁଇ ପରିବାରକୁ ୫ ହଜାର ଟଙ୍କା ଲେଖାଏଁ ଘରକୁ ଘର ଯାଇ ସହାୟତା ରାଶି ପ୍ରଦାନ କରିଥିଲେ । ଏହି ଭଳି ସହଯୋଗ କରିଥିବାରୁ ଓଷ୍ଟା ସଂଘକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ଶିକ୍ଷକଙ୍କ ମୃତ୍ୟୁ ହେବା ପରେ ପରିବାର ଲୋକ ମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି । ତୁରନ୍ତ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

sixteen + 20 =