jayashree

ଲାଞ୍ଚୁଆ ସହକାରୀ ସବ୍ ଇନ୍ସପେକ୍ଟର ଓ ସହଯୋଗୀ ଭିଜିଲାନ୍ସ ଦ୍ୱାରା ଗିରଫ

  • ନଗଦ ୨୦ ହଜାର ଟଙ୍କା ସହ ମାଡିବସିଲା ଭିଜିଲାନ୍ସ ଟିମ୍

ରାଉରକେଲା, (କେପିଏନ୍‌ଏସ୍‌) : ଲହୁଣୀପଡ଼ା ପୋଲିସ ଥାନାର ସହକାରୀ ସବ୍‌ଇନ୍ସପେକ୍ଟର ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ବ୍ୟକ୍ତିଗତ ସହଯୋଗୀ) ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଏକ ଅବକାରୀ ମାମଲାରେ ତାଙ୍କୁ ପଞ୍ଜୀକୃତ ନ କରିବା ସହ ତାଙ୍କ ବିରୋଧରେ ମାମଲା ରୁଜୁ ନକରିବା ପାଇଁ ତାଙ୍କୁ ୨୦, ୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଅଭିଯୁକ୍ତ ଏଏସ୍‌ଆଇ ମଦନ ମୋହନ ମାଲିକଙ୍କୁ ୨୦,୦୦୦ / – ଟଙ୍କା ଲାଞ୍ଚ ଦେବାକୁ ଧମକ ଦେଇଥିଲେ ଏବଂ ଯଦି ତାଙ୍କୁ ଲାଞ୍ଚ ଟଙ୍କା ନ ମିଳେ ତେବେ ସେ ଗିରଫ କରି କୋର୍ଟକୁ ପଠାଇଦେବେ । ଅନ୍ୟ କୌଣସି ଉପାୟ ନ ପାଇ ମାଲିକ (ଅଭିଯୋଗକାରୀ) ଭିଜିଲାନ୍ସ ପ୍ରାଧିକରଣକୁ ଏହି ବିଷୟରେ ଜଣାଇଥିଲେ । ଗତକାଲି ଓଡିଶା ଭିଜିଲାନ୍ସର ଏକ ଟିମ୍ ଶ୍ରୀ ପ୍ରଧାନ ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ଶ୍ରୀ ଦାସ ମୋଦକଙ୍କୁ ୨୦,୦୦୦ / – ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲେ। ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ସେମାନଙ୍କ ଠାରୁ ଉଦ୍ଧାର କରାଯାଇଛି । ଏହି ଘଟଣା ପରେ, ଶ୍ରୀ ପ୍ରଧାନଙ୍କ ଡିଏ କୋଣରୁ ସଂଯୁକ୍ତ ତିନୋଟି ସ୍ଥାନରେ ଏକକାଳୀନ ସନ୍ଧାନ ଚାଲିଛି । ଏହି ସଂପର୍କରେ, ରାଉରକେଲା ଭିଜିଲାନ୍ସ କେସ୍ ନଂ 10 ତା 29.08.2026 U / s.7 P.C. (ସଂଶୋଧନ) ଅଧିନିୟମ, ୨୦୧୮ ପଞ୍ଜିକୃତ ହୋଇଛି ଜ୍ଝ ଅଭିଯୁକ୍ତ ଯୋଡି ଶ୍ରୀ ପ୍ରଧାନ ଏଏସଆଇ ଏବଂ ଶ୍ରୀ ଦାସମୋଦକ (ବ୍ୟକ୍ତିଗତ ବ୍ୟକ୍ତି) ଙ୍କ ବିରୋଧରେ ତଦନ୍ତ ଚାଲିଛି।

Leave A Reply

Your email address will not be published.