ପଶ୍ଚିମ ଓଡ଼ିଶା ଲକ୍ଷେ ଘର ଗଣ୍ଡା ଉନ୍ନୟନ ସମିତି ପକ୍ଷରୁ ଅଏଁଲାସାରି ଗାଁ ପରିଦର୍ଶନ : ୧୦ ହଜାର ଟଙ୍କା କ୍ଷତିଗ୍ରସ୍ତଙ୍କୁ ସହଯୋଗ ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) ; ପଶ୍ଚିମ ଓଡ଼ିଶା ଲକ୍ଷେ ଘର ଗଣ୍ଡା ଉନ୍ନୟନ ସମିତିର ସଭାପତି ଓମ୍‌ପ୍ରକାଶ କୁମ୍ଭାରଙ୍କ ନେତୃତ୍ୱରେ ଏକ ୭ ଜଣିଆ କମିଟି ପୁଇଁନ୍ତଲା ବ୍ଲକ୍‌ ଅଏଁଲାସାରି ଗାଁକୁ ପରିଦର୍ଶନରେ ଯାଇଥିବା ବେଳେ କ୍ଷତିଗ୍ରସ୍ତ ଦଳିତମାନଙ୍କୁ ୧୦ ହଜାର ଟଙ୍କା ସହଯୋଗ ରାଶି ପ୍ରଦାନ କରିଛନ୍ତି । ଏହି କମିଟିରେ ଦଳିତ ନେତା ସତ୍ୟ ସୁନା, ଜ୍ୟୋତିଷ ମୁଗ୍ରୀ, ବ୍ରଜ ନାଗ, ଫଣିନ୍ଦ୍ର କୁମ୍ଭାର, ପ୍ରଦ୍ୟୁମ୍ନ କୁମ୍ଭାର, କମ୍ବୁ ଜଗଦଲା, ଜୟକୃଷ୍ଣ ହର୍‌ପାଲ ସାମିଲ୍‌ ଥିଲେ । ବିଗତ ଦିନରେ ଅଏଁଲାସାରି ଗ୍ରାମରେ ଜାତିଗତ ଉତ୍ତେଜନା ଲାଗି ରହିଥିବାରୁ ଏହି ପରିପ୍ରେକ୍ଷୀରେ କମିଟି ସଂପୃକ୍ତ ଗ୍ରାମର ଗଣ୍ଡା ସମାଜର ଭାଇଭଉଣୀ ମାନଙ୍କ ସହ ଆଲୋଚନା କରିଥିଲେ । ଏବେ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ଏବଂ ଗ୍ରାମବାସୀମାନଙ୍କ ଅସହଜ ବ୍ୟବହାର ଥିବାରୁ ପଡ଼ାରେ ରାସନ ସାମଗ୍ରୀ ପାଇବା ସୁବିଧା ହେଉନାହିଁ ବୋଲି ମା’ ଭଉଣୀମାନେ ଦର୍ଶାଇଥିଲେ । ଫଳରେ ଭୋକ ଉପବାସରେ ରହିବାକୁ ହେଉଥିବା କଥା ପ୍ରକାଶ କରିଥିଲେ । ତେବେ କମିଟି ଏ ସଂପର୍କରେ ଜିଲ୍ଲା ପ୍ରଶାସନ ସହ ନିର୍ଭରଯୋଗ୍ୟ ଆଲୋଚନା କରିବ ବୋଲି ଦଳିତ ନେତା ସମୂହ ଆଶ୍ୱାସନା ଦେଇଥିଲେ । ଏହି ଅବସରରେ ପଶ୍ଚିମ ଓଡ଼ିଶା ଗଣ୍ଡା ସମାଜର ସଭାପତି ଶ୍ରୀ କୁମ୍ଭାର ଗଣ୍ଡା ସମାଜର ମା’ ଭଉଣୀମାନଙ୍କୁ ବ୍ୟକ୍ତିଗତ ଭାବରେ ଦଶ ହଜାର ଟଙ୍କା ସହଯୋଗ ପ୍ରଦାନ କରିଥିଲେ । ବିବାଦର ସମାଧାନ ପାଇଁ କମିଟି ପୁଇଁନ୍ତଲା ଆଇଆଇସି.ଙ୍କୁ ଭେଟି ଗାଁରେ ଶାନ୍ତି ବଜାୟ ରଖିବା ପାଇଁ ଆଲୋଚନା କରିଥିବା ବେଳେ ଦୋଷୀମାନଙ୍କୁ ଚିହ୍ନଟ କରି କଠୋର ଦଣ୍ଡବିଧାନ କରିବାକୁ ଅନୁରୋଧ ଜଣାଇଛି ।

Leave A Reply

Your email address will not be published.