ଗତ ୨୪ ଘଂଟାରେ ଓଡ଼ିଶାରେ ୩୮୧୦ ଜଣ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ଟେଷ୍ଟିଂ ବଢ଼ିବା ସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି ରାଜ୍ୟରେ । ଗତ ୨୪ ଘଂଟାରେ ୩୮୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ । ସେମାନଙ୍କ ମଧ୍ୟରୁ ୨୨୮୬ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୧୫୨୪ ଜଣ ଆଂଚଳିକ ସଂକ୍ରମଣର ଶିକାର ହୋଇଛନ୍ତି । ତେବେ ଜିଲ୍ଲା ଅନୁସାରେ ଅନୁଗୁଳରୁ ୭୩, ବାଲେଶ୍ୱରରୁ ୧୨୦, ବରଗଡ଼ରୁ ୩୯୬, ଭଦ୍ରକରୁ ୧୦୭, ବଲାଙ୍ଗିରରୁ ୪୩, ବୌଦ୍ଧରୁ ୨୯, କଟକରୁ ୩୨୨, ଦେବଗଡ଼ରୁ ୭, ଢେଙ୍କାନାଳରୁ ୫୧, ଗଜପତିରୁ ୨୦, ଗଂଜାମରୁ ୧୦୮, ଜଗତସିଂହପୁରରୁ ୬୭, ଯାଜପୁରରୁ ୨୫୨, ଝାରସୁଗୁଡ଼ାରୁ ୧୯୨, କଳାହାଣ୍ଡିରୁ ୫୭, କନ୍ଧମାଳରୁ ୪୫, କେନ୍ଦ୍ରାପଡ଼ାରୁ ୧୦୩, କେଉଁଝରରୁ ୮୪, ଖୋର୍ଦ୍ଧାରୁ ୭୯୭, କୋରାପୁଟରୁ ୮୪, ମାଲକାନଗିରିରୁ ୩୭, ମୟୁରଭଂଜରୁ ୧୪୨, ନବରଙ୍ଗପୁରରୁ ୭୮, ନୟାଗଡ଼ରୁ ୬୨, ନୂଆପଡ଼ାରୁ ୯୩, ପୁରୀରୁ ୧୧୭, ରାୟଗଡ଼ାରୁ ୧୦୧, ସମ୍ବଲପୁରରୁ ୮୩, ସୋନପୁରରୁ ୧୦୬ ଏବଂ ସୁନ୍ଦରଗଡ଼ରୁ ୩୪ ଜଣ ପଜିଟିଭ୍‌ ବାହାରିଛନ୍ତି । ଆଜି ଯାଏଁ ୧୨୪୦୩୧ ଜଣ ପଜିଟିଭ୍‌ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୯୩୭୭୪ ଜଣ ସୁସ୍ଥ ହୋଇ ଫେରିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.