csstore

ସତ୍ୟସାଇ ସେବା ସମିତି ତରଫରୁ ହରିଶଙ୍କର ଝରଣା କୂଳ ସଫେଇ କାର୍ଯ୍ୟକ୍ରମ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପ୍ରମୁଖ ପୂଣ୍ୟ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରର ଝରଣା କୂଳକୁ ସତ୍ୟସାଇ ସେବା ସମିତି ତରଫରୁ ରବିବାର ଦିନ ସଫେଇ କରାଯାଇଛି । ହରିଶଙ୍କରରେ କିଛି ଦିନ ତଳେ ବୈଶାଖ ମେଳା ଓ ହରିଶଙ୍କର ମହୋତ୍ସବ ଶେଷ ହୋଇଥିଲା । ଏହି ମେଳାରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା । ଯାହା ଫଳରେ ଝରଣା କୂଳ ସମେତ ଦୋକାନ ବଜାର ପଟେ ପ୍ରବଳ ଅଳିଆ ଆବର୍ଜନାରେ ଭାରି ରହିଥିଲା । ସତ୍ୟସାଇସେବା ସମିତି ବଲାଙ୍ଗିର ଜିଲ୍ଲା ଶାଖା ତରଫରୁ ଝରଣା କୂଳ ସଫେଇ କରାଯାଇଥିଲା । ପ୍ରାୟ ଅଧ କିମି ଝରଣା କୂଳ, ଏମ୍‌ଆଇ ରିଜର୍ଭର ଓ ମନ୍ଦିର ପରିସରକୁ କୋଡ଼ି କୋଦାଲ, ଫାଉଡା ଧରି ସଫେଇ କରିଥିଲେ । ଏହି ସଫେଇ କାର୍ଯ୍ୟକ୍ରମରେ ସତ୍ୟସାଇ ସେବା ସମିତି ବଲାଙ୍ଗିର ଜିଲ୍ଲା ଶାଖା ସଭାପତି ମନୋଜ କୁମାର ମହାପାତ୍ର, ରାଜ୍ୟ ଉପସଭାପତି ରସରାଜ ଠାକୁର, ପ୍ରବୀଣ ଦାଶ, ପ୍ରଶାନ୍ତ ପାଢ଼ୀ, ସୁଶାନ୍ତ କୁମାର ପଧାନ ସମେତ ବଲାଙ୍ଗିର, ଟିଟିଲାଗଡ଼, ପଟଣାଗଡ଼, ଖପ୍ରାଖୋଲ, ବେଲପଡ଼ା, ସଇଁତଳା, ଦେଓଗାଁ, ପୁଇଁତଲା, ଲୋଇସିଂହା ସମେତ ଜିଲ୍ଲାର ସମସ୍ତ ବ୍ଲକ୍ ଶାଖାର ଦୁଇ ଶହ ପଚାଶରୁ ଅଧିକ ସେବା ସମିତିର ମହିଳା ପୁରୁଷ ସଦସ୍ୟ ଯୋଗଦେଇ ସଫେଇରେ ଭାଗ ନେଇଥିଲେ । ସଫେଇ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

jayashree
Leave A Reply

Your email address will not be published.