jsm

ମୋବାଇଲ ଲୁଟେରାଙ୍କୁ ଧରିବାରେ ପୁଇଁନ୍ତଲା ପୋଲିସର ସଫଳତା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୁଇଁନ୍ତଲା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ପୁଇଁନ୍ତଲା ଥାନା ପୋଲିସ ଦୁଇ ଜଣ ମୋବାଇଲ ଲୁଟେରାଙ୍କୁ କାବୁ କରି ନେଇଥିବା ଖବର ମିଳିଛି । ଦୁଇ ଜଣ ଲୁଟେରା ହେଲେ ପୁଇଁନ୍ତଲା ଥାନା ବଇରାସର ଗ୍ରାମର ବବୁଲୁ ମହାନନ୍ଦ ଓ ତରଭା ଥାନା ଶିବତଲା ଗ୍ରାମର ଦେବହରି ଛତ୍ରିଆ । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ଗତ ୯ ତାରିଖରେ ଦିନବେଳା ଦୁଇଜଣ ପିଲା କଲେଜରୁ ସାଇକେଲ ଯୋଗେ ଫେରୁଥିବା ସମୟରେ ଠେଲକୋମୁଣ୍ଡା ତାଳମୁଣ୍ଡା ଛକ ପାଖରେ ଦୁଇଜଣ ଦୁର୍ବୃତ୍ତ ନମ୍ବର ବିହୀନ ଏକ ୟାମହା କ୍ରକ୍ସ ମୋଟର ସାଇକେଲରେ ଆସି ଭୁଜାଲି ଦେଖାଇ ପିଲାମାନଙ୍କୁ ଭୟଭୀତ କରିଥିଲେ ଓ ଜୋର ଜବରଦସ୍ତି ପିଲାମାନଙ୍କଠୁ ଏକ ମୋବାଇଲ ଫୋନ ଛଡାଇ ନେଇ ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଫେରାର ମାରିଥିଲେ । ଏହି ଘଟଣାକୁ ନେଇ ପୁଇଁନ୍ତଲା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମାଲା ରୁଜୁ କରି ଘଟଣାର ସଠିକ୍‌ ଭାବେର ତଦନ୍ତ କରି ଆଜି ଦୁଇ ଜଣ ଦୁର୍ବୃତ୍ତଙ୍କୁ ଧରିବାରେ ସକ୍ଷମ ହେବା ସହ ସେ ଦିନ ପିଲାମାନଙ୍କ ଠୁ ଲୁଟ ହୋଇଥିବା ଏକ ମୋବାଇଲ ଫୋନକୁ ମିଶାଇ ମୋଟ ୭ ଗୋଟି ମୋବାଇଲ ଫୋନ, ଲୁଟ୍‌ ପାଇଁ ବ୍ୟବହୃତ ଗୋଟିଏ ଭୁଜାଲି ଓ ଏକ ନମ୍ବର ବିହୀନ ୟାମ୍‌ହା କ୍ରକ୍ସ ମୋଟର ସାଇକେଲକୁ ପୋଲିସ ଜବତ କରିଛି । ଗିରଫ ଦୁଇ ଜଣ ଦୁର୍ବୃତ୍ତ ବବୁଲୁ ଓ ଦେବହରିଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ନେଇ ଏସ୍‌ଡ଼ିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି ।

yuvodaya
Leave A Reply

Your email address will not be published.