csstore

କିନ୍ନରଙ୍କୁ ଓଡ଼ିଶା ପୋଲିସରେ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଲେ ମୀରା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କିନ୍ନର ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲି କରିବା ପାଇଁ ଓଡ଼ିଶା ପୋଲିସରେ ନିଯୁକ୍ତି ନିମନ୍ତେ ସୁଯୋଗ ସୃଷ୍ଟି କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଓଡ଼ିଶା ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି ବିଶିଷ୍ଟ ସାମାଜିକ କର୍ମୀ ତଥା ‘ନେସ୍‌ନାଲ୍‌ କାଉନ୍‌ସିଲ୍‌ ଫର୍‌ ଟ୍ରାନ୍ସଜେଣ୍ଡର’ର ସଦସ୍ୟା ମୀରା ପରିଡ଼ା । କିନ୍ନର ମାନଙ୍କୁ ଓଡ଼ିଶା ପୁଲିସ ପ୍ରଶାସନରେ ସାମିଲି କରିବା ଓ ସେମାନଙ୍କୁ ନୂତନ ନିଯୁକ୍ତି ଓ ମର୍ୟ୍ୟାଦାପୂର୍ଣ ଜୀବନ ଯାପନ କରିବା ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିଥିବାରୁ ଆମ ପାଇଁ ଏହା ଏକ ଗର୍ବ ଓ ଗୌରବର ବିଷୟ ବୋଲି ସେ କହିଛନ୍ତି । ସାରା ଓଡ଼ିଶାର କିନ୍ନରମାନଙ୍କ ପକ୍ଷରୁ ଏହି ମହତ୍ତ୍ବପୂର୍ଣ୍ଣ ପଦେକ୍ଷପ ଯୋଗୁଁ ସାଧୁବାଦ ଜଣାଉଛୁ ବୋଲି ସେ ମତ ରଖିଛନ୍ତି ।

jayashree
Leave A Reply

Your email address will not be published.