csstore

ଜାଗୃତି ସ୍ପୋର୍ଟ ଏକାଡେମୀ ଦ୍ୱାରା ସାଧାରଣତନ୍ତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଏକ ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ଜାଗୃତି ସ୍ପୋର୍ଟ୍ସ ଏକାଡେମୀ ଦ୍ୱାରା ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଅଛି । ବରିଷ୍ଠ ନାଗରିକ, ଗୋପବନ୍ଧୁ ପାଠାଗାରର ସାଧାରଣ ସମ୍ପାଦକ ତଥା ସମାଜ ସେବୀ ହରିହର ଶତପଥି ଜାତୀୟ ପତାକା ଉତ୍ତୋଳନ କରିବା ସହ ବକ୍ତବ୍ୟ ରଖିଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ସୁଶାନ୍ତ ଦାସ, ଆଶିଷ ମହାନ୍ତି, ମୃଣ୍ମୟ ରାୟଗୁରୁ, ଆଲୋକ ମହାପାତ୍ର, ସାଙ୍ଗା ପଣ୍ଡା, ବାବୁନି ରଣସିଂହ, ଚିଣ୍ଟୁ ପରିଡା, ଟୁଟୁ ଆଚାର୍ଯ୍ୟ, ପୁକୁ ପଟ୍ଟନାୟକ, ଗୁଲା ଦାସ, ଚି଼କୁ ପାଣି, ମେଘା ମହାନ୍ତି, ସୁରେଶ ନନ୍ଦ, ରଂଜିତ ଦାସ ପ୍ରଭୁତି ଉପସ୍ଥିତ ରହି ଜାତୀୟ ସଂଗୀତ ଗାନ କରିଥିଲେ ।

jayashree
Leave A Reply

Your email address will not be published.