pakka

ଇସ୍ପାତ ମାର୍କେଟରେ ସାଧାରଣତନ୍ତ୍ର ଦିବସ ପାଳିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସେଣ୍ଟ୍ରାଲ ମାର୍କେଟଠାରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମାର୍କେଟ କମିଟିର ସଭାପତି ଶଙ୍କର ଜେନାଙ୍କ ସଭାପତିତ୍ତତ୍ୱ ଓ ସାଧାରଣ ସଂପାଦକ ମୁରଲିଧର ମିଶ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେକ୍ଟର ୧୯ ଥାନାର ଭାରପ୍ରାପ୍ତ ଅଧିକାରୀ ମାନସ କୁମାର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ମୁଖ୍ୟବକ୍ତା ଭାବେ କବି ଆର୍ତ୍ତତ୍ରାଣ ମହାପାତ୍ର ଯୋଗଦେଇଥିଲେ । ଅତିଥି ଦ୍ବୟ ସାଧାରଣତନ୍ତ୍ର ଦିବସ ପାଳନର ଆବଶ୍ୟକତା ଓ ସଂପ୍ରତି ଆମେ କରୋନା ଓ ଓମିକ୍ରନ ଆହ୍ବାନର କିପରି ମୁକାବିଲା କରି ଦେଶମାତୃକାର ସେବା କରିପାରିବା ତାହାହିଁ ଏବେ ଚିନ୍ତା କରିବାର ବେଳ ଆସିଛି ବୋଲି ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ କୋଷାଧ୍ୟକ୍ଷ ମୁରଲିଧର ପାଣିଗ୍ରାହୀ, ଭଗବାନ ବିଶ୍ବାଳ, କୁଳମଣି ଧଳ, ଅନିଲ ସିହ୍ନା, ବିଜୟ ତ୍ରିପାଠୀ, ସୁଶିଲ ଅଗ୍ରୱାଲ, ଅଶୋକ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସାଧାରଣ ସଂପାଦକ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

2 + 16 =